ତୁଟିଲା ବିବାଦ : ଶ୍ରୀଜୀଉମାନେ ୧୨ଘଣ୍ଟା ଓପାସରେ ରହିବା ପରେ ଶେଷରେ ଖୋଲିଲା ଶ୍ରୀମନ୍ଦିର ଭିତର ଦ୍ବାର

Published By : Prameya-News7 Bureau | December 28, 2018 IST

ପୁରୀ ୨୮|୧୨: ତୁଟିଲା ବିବାଦ ।  ଖୋଲିଲା ଶ୍ରୀମନ୍ଦିରର ଭିତର ଦ୍ବାର ବା ଜୟ ବିଜୟ ଦ୍ବାର । ୧୨ଘଣ୍ଟା ନୀତି ବିଳମ୍ବ ଯୋଗୁଁ ମହାପ୍ରଭୁ ଉପାସରେ ରହିବା ପରେ ଅପରାହ୍ଣ ସାଢ଼େ ୪ଟା ପରେ ଆରମ୍ଭ ହେଲା ନୀତିକାନ୍ତି । ପୁରୀରେ ସେବାୟତ-ପୋଲିସ ମୁହାଁମୁହିଁ ଘଟଣାକୁ ନେଇ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିଲା ଅଚଳାବସ୍ଥା । ସମାଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସକ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ଗଜପତି । ଏପଟେ ସିଂହଦ୍ବାର ସମ୍ମୁଖରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଅଗଣିତ ଭକ୍ତଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ବ୍ୟାରିକେଡ୍‌ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଧଶେଇ ପଶିଥିଲେ ଭକ୍ତ । …..

{"id":68069,"width":587,"height":330}

୧୨ଘଣ୍ଟା ପରେ ଶ୍ରୀମନ୍ଦିରରେ ସ୍ବଭାବିକ ହେଲା ଠାକୁରଙ୍କ ନୀତିକାନ୍ତି । ୧୨ଘଣ୍ଟା ବିଶ୍ବ ନିୟନ୍ତାଙ୍କୁ ଓପାସ ରଖିବା ପରେ ସେବା କରିବାକୁ ଆସିଲେ ସେବାୟତ । ପୁରୀ ଶ୍ରୀମନ୍ଦିରରେ ଏଭଳି କିଛି ବିଭ୍ରାଟକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଲାଗିଛି । ସେବାୟତ-ପୋଲିସ ମୁହାଁମୁହିଁ ଘଟଣାକୁ ନେଇ ଆଜି ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ବନ୍ଦ କରିଦେଇଥିଲେ ସେବାୟତ । ଗଲାକାଲି ମନ୍ଦିର ଦର୍ଶନ ପାଇଁ କିଛି ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଜଣେ ସେବାୟତଙ୍କୁ ସିଂହଦ୍ବାରରେ ଅଟକାଇଥିଲେ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ । ଯାତ୍ରୀ ଜଣକ ବିଦେଶୀ ବୋଲି ସଂଦେହ କରିଥିଲେ ଉପସ୍ଥିତ ପୋଲିସ କର୍ମଚାରୀ । ଯାହାକୁ ନେଇ ସଂପୃକ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ମାମଲା ସିଂହଦ୍ବାର ଥାନାକୁ ଯାଇଥିବା ବେଳେ ଆଜି ସକାଳୁ ଠାକୁରଙ୍କ ନୀତିକାନ୍ତି ବନ୍ଦ କରିଦେଇଥିଲେ ସେବାୟତ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳ ଓ ଏସପି ସେବାୟତଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

ଏପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସିଂହଦ୍ବାରା ସମ୍ମୁଖରେ ଅପେକ୍ଷା କରିରହିଥିଲେ ହଜାର ହଜାର ଭକ୍ତ । ଦୀର୍ଘ ସମୟ ଧରି ସମସ୍ୟାର କୌଣସି ସମାଧାନ ହୋଇପାରିନଥିବାରୁ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଶେଷରେ ସେମାନେ ବ୍ୟାରିକେଡ୍‌ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଧଶେଇ ପଶିବାର ମଧ୍ୟ ଦେଖିବାକୁ ମିଳିଥିଲା ।  

{"id":68073}

ପର୍ଯ୍ୟାୟକ୍ରମେ ସେବାୟତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନଥିଲା । ତଥାପି ସେବାୟତମାନେ ନିଜ ବିବେକ୍‌ ଅନୁସାରେ କାମ କରନ୍ତୁ ବୋଲି କହିଥିଲେ ମୁଖ୍ୟ ପ୍ରଶାସକ । ସେହଭଳି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟକୁ ଦେଖି ମୁହଁ ଖୋଲିଥିଲେ ଗଜପତି ମହାରାଜା । କହିଥିଲେ, ଅଗଣିତ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ କରାନଯାଉ । ଶ୍ରୀମନ୍ଦିରର ମହାନ୍‌ ପରମ୍ପରାରେ କଳଙ୍କ ନଲାଗୁ । ମହାପ୍ରଭୁଙ୍କ ସେବା ଠାରୁ ଆଉ କୌଣସି ପ୍ରସଙ୍ଗ ବଡ଼ ନୁହେଁ । ଏହି ପ୍ରସଙ୍ଗରେ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ କହିଥିଲେ ଗଜପତି ।

{"id":68070}

ଅଗଷ୍ଟ ମାସରୁ ସେବାୟତଙ୍କୁ ପାଳିଆ ପୁରସ୍କାର ଅର୍ଥ ରାଶି ବନ୍ଦ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ଫଳରେ ଗଲା ୪-୫ଦିନ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତିରେ ଅନିୟମିତତା ସାମ୍ନାକୁ ଆସିଥିଲା। ଗତକାଲି ତ ପହିଲିଭୋଗ ନୀତିରେ ୪ଘଣ୍ଟା ବିଳମ୍ବ ହୋଇଥିଲା। ଏସବୁ ଭିତରେ ସେବାୟତ-ପୋଲିସ ମୁହାଁମୁହିଁ ଘଟଣା ସେବାୟତଙ୍କ ଅସନ୍ତୋଷକୁ ଆହୁରି ବଳ ଦେଇଥିଲା। ଆଉ ମହପ୍ରଭୁଙ୍କ ନୀତି ଠପ୍‌ କରି ମନମାନିକୁ ଓହ୍ଲାଇଥିଲେ ସେମାନେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.