ନୂଆ ବର୍ଷରେ ଝଲସିବ ଶ୍ରୀମନ୍ଦିର ଦ୍ବାର, ଲାଗିବ ରୂପା କବାଟ: ମାଲେସିଆରୁ ଆସିବ ବର୍ମାଟିକ୍ କାଠ

Published By : Prameya-News7 Bureau | October 22, 2020 IST

ପୁରୀ ୨୨/୧୦ : ନୂଆବର୍ଷ ପୂର୍ବରୁ ପୁରୀ ଶ୍ରୀମନ୍ଦିରର ୩ ଦ୍ବାର କବାଟଗୁଡ଼ିକ ନୂଆ ତିଆରି ହେବା ସହ ଏହାକୁ ସମ୍ପୂର୍ଣ୍ଣ ରୂପା ଛାଉଣୀ କରାଯିବ । ଏଥି ପାଇଁ ମାଲେସିଆରୁ ଆସିବ ଦାମୀ ବର୍ମାଟିକ୍‌ କାଠ । ବାହାର ରାଜ୍ୟର କାରିଗର ଏହି ଦ୍ବାର ଗୁଡ଼ିକ ତିଆରି କରିବେ । ଶ୍ରୀମନ୍ଦିରର ଜୟବିଜୟ ଦ୍ବାର, ବେହରଣ ଦ୍ବାର ଓ କଳାହାଟ ଦ୍ବାର ସହ ଅନ୍ୟ ଦ୍ବାରଗୁଡ଼ିକୁ ମଧ୍ୟ ରୂପା ଛାଉଣୀ କରିବାକୁ ଯୋଜନା ହୋଇଛି ।

{"id":349149,"sizeSlug":"large"}

ନୂଆ ବର୍ଷରେ ଝଲସିବ ଶ୍ରୀମନ୍ଦିର ଦ୍ବାର । ୩ ଦ୍ବାରରେ ଲାଗିବ ରୂପା କବାଟ । ଏଥି ପାଇଁ ମାଲେସିଆରୁ ଆସୁଛି ବର୍ମାଟିକ୍‌ କାଠ । ଏହି କବାଟ ତିଆରି କରିବେ ବାହାର ରାଜ୍ୟର ୧୫ଜଣିଆ କାରିଗର ଦଳ । ପ୍ରଥମ ପର୍ଯ୍ୟାୟରେ ଜୟବିଜୟ ଦ୍ବାର, ବେହରଣ ଦ୍ବାର ଏବଂ କଳାହାଟ ଦ୍ବାର ତିଆରି ହେବ । ପୁରୀରେ କାଠ ପହଞ୍ଚିବା ପରେ  ନୀଳାଦ୍ରୀ ଭକ୍ତ ନିବାସରେ କବାଟଗୁଡ଼ିକର ନିର୍ମାଣ କାର୍ଯ୍ୟ କରିବେ କାରିଗର ।

{"id":349150,"sizeSlug":"large"}

ପ୍ରଥମ ପର୍ଯ୍ୟାୟରେ ୩ଦ୍ବାରର କାମ ଶେଷ ହେବା ପରେ ସାତପାହାଚ, ପଶ୍ଚମ ଭୋଗ ମଣ୍ଡପ, ନୃସିଂହ ମନ୍ଦିର ସହ ମା‘ ବିମଳାଙ୍କ ଦ୍ବାର ଗୁଡ଼ିକୁ ମଧ୍ୟ ରୂପା ଛାଉଣୀ କରାଯିବ । ଏଥିପାଇଁ ଜନୈକ ଦାତା ଅଢ଼େଇ ଟନ୍ ରୂପା ଦାନ କରିବେ। ସ୍ବତନ୍ତ୍ର ଶୈଳୀରେ କବାଟ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ତାହାକୁ ରୂପାରେ ଛାଉଣୀ କରାଯିବ। କେବେ ଏହି କାର୍ଯ୍ୟ ଆରମ୍ଭ  ହେବ ସେନେଇ ଆସନ୍ତା ୨୮ରେ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯିବ ।

{"id":349151,"sizeSlug":"large"}

ସେପଟେ ମହାପ୍ରଭୁଙ୍କ ଲାଗି ଆଉ କିଛି ସୁନା ଆଭୂଷଣ ତିଆରି ପାଇଁ ଯୋଜନା ହୋଇଛି । ଜଣେ ଭକ୍ତ ଶ୍ରୀମନ୍ଦିର ପ୍ରଶାସନକୁ ଏଥି ପାଇଁ ୫କେଜି ସୁନା ଦାନ କରିବେ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.