Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବଲିଉଡ୍‌ରେ ଏଣ୍ଟ୍ରୀ କରିବେ ଶ୍ରୀଲଙ୍କା ଗାୟିକା ୟୋହାନି : ଅଜୟଙ୍କ ଫିଲ୍ମରେ କରିବେ କଣ୍ଠଦାନ..

20/10/2021 at 9:48 AM

ମୁମ୍ବାଇ ୨୦।୧୦: ମାନିକେ ମାଗେ ହିତେ’ ଗାଇ ଚର୍ଚ୍ଚାରେ ସାଉଁଟି ଥିବା ଶ୍ରୀଲଙ୍କା ଗାୟିକା ୟୋହାନି ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସୋସିଆଲ ମିଡ଼ିଆରେ ତାଙ୍କ ଗୀତ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସମସ୍ତେ ତାଙ୍କ ଗୀତକୁ ବେଶ୍‌ ପସନ୍ଦ କରୁଛନ୍ତି। ସେ ବର୍ତ୍ତମାନ ସବୁଠି ସେନସେସନ ଗାର୍ଲ ପାଲଟିଥିବା ବେଳେ ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି  ।

ତେବେ ସେ ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲ ପ୍ରୀତଙ୍କ ଫିଲ୍ମ ’ଥ୍ୟାଙ୍କ୍‌ ଗଡ’ରେ ସେ ‘ମାନିକେ ମାଗେ ହିତେ’ ଟ୍ରାକ୍‌କୁ ହିନ୍ଦି ଭର୍ସନରେ କଣ୍ଠ ଦେବେ ବୋଲି ଜଣାପଡିଛି। ଏନେଇ ଫିଲ୍ମ ନିର୍ଦ୍ଦେଶକ ଇନ୍ଦ୍ର କୁମାର କହିଛନ୍ତି ଯେ, ୟୋହାନିଙ୍କ ଗୀତ ଏକ ସୁପରହିଟ୍‌ ଟ୍ରାକ୍‌ ହୋଇପାରିଛି। ଖୁବ୍‌ଶୀଘ୍ର ଏହାର ଟ୍ରାକ୍‌ ପ୍ରସ୍ତୁତ କରାଯାଇ ଶୁଟିଂ ଆରମ୍ଭ କରାଯିବ। ଆଗାମୀ ବର୍ଷ ଏହା ରିଲିଜ୍‌ ହେବା ନେଇ ଲକ୍ଷ୍ୟ ରଖାଯାଇଥିବା ନିର୍ଦ୍ଦେଶକ କହିଛନ୍ତି । ତେବେ ଏହାକୁ ନେଇ ୟୋହାନି ବେଶ୍‌ ଖୁସି ଅଛନ୍ତି। କୁହାଯାଉଛି ଯେ ତନିସ୍କ ବାଗଜୀ ଏହି ଗୀତ ରଚନା କରିବେ ଏବଂ ରଶ୍ମୀ ବିରଗ ଏହାକୁ ଲେଖିବେ। ଅଜୟ ଏହି ଚଳଚ୍ଚିତ୍ରରେ ତୃତୀୟ ଥର ପାଇଁ ରାକୁଲ ପ୍ରୀତ ସିଂଙ୍କ ସହ କାମ କରିବାକୁ ଯାଉଛନ୍ତି।

ନିକଟରେ ୟୋହାନୀଙ୍କୁ ‘ବିଗ୍ ବସ୍ ୧୩କୁ ଆସିଥିବାର ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ସଲମାନ ଖାନଙ୍କ ସହ ଷ୍ଟେଜ୍‌ ସେୟାର କରିଥିବାର ନଜର ଆସିଥିଲେ। ଏହି ଅବସରରେ ସଲମାନ ଖାନ ମଧ୍ୟ ତାଙ୍କର ଏହି ଗୀତ ଗାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଶବ୍ଦଗୁଡ଼ିକୁ ବୁଝି ପାରିନଥିଲେ, ତେଣୁ ସେ ଗୀତ ଗାଇବାବେଳେ ଏହାକୁ ପରିବର୍ତ୍ତନ କରିଥିଲେ।

   Related Posts