Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ଶତାଧିକ ତିମିଙ୍କ ଜୀବନ ରକ୍ଷା କଲେ ଶ୍ରୀଲଙ୍କା ନୌସେନା ଓ ଗ୍ରାମବାସୀ, ଉଦ୍ଧାର ବେଳେ ୪ ମୃତ

3/11/2020 at 7:35 PM

କଲମ୍ବୋ ୦୩/୧୧: ବହୁ ଜୀବଜନ୍ତୁ ଅସୁବିଧାରେ ପଡ଼ିଥିବା ବେଳେ ଲୋକେ ତାଙ୍କୁ ସାହଯ୍ୟ କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ନିକଟରେ ଗୋଟିଏ ତିମି ସମୁଦ୍ର କୂଳରେ ରହିଯାଇଥିବା ବେଳେ କିଛି ଛାତ୍ରଛାତ୍ରୀ ତାକୁ ଘୋଷାରି ଘୋଷାରି ସମୁଦ୍ରରେ ଛାଡ଼ୁଥିବାର ଭିଡିଓ ବେଶ ଲୋକପ୍ରିୟତା ପାଇଥିଲା। କିନ୍ତୁ ଶ୍ରୀଲଙ୍କାରେ ସେହିଭଳି ଶତାଧିକ ତିମି ସମୁଦ୍ର କୂଳରେ ଅଟକି ରହିଥିବା ବେଳେ ନୌସେନା ଓ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିବା ସହ ସମୁଦ୍ରରେ ଛାଡ଼ିଥିବା ଜଣାପଡ଼ିଛି।

ଶ୍ରୀଲଙ୍କା ନୌସେନା ପକ୍ଷରୁ ମଙ୍ଗଳବାର ମିଳିଥିବା ସୂଚନା ଅନୁସାରେ ଆଇଲ୍ୟାଣ୍ଡର ଦକ୍ଷିଣ ପଶ୍ଚିମ ଉପକୂଳରେ ୧୦୦ରୁ ଅଧିକ ତିମିକୁ ଉଦ୍ଧାର କରାଯାଇଛି। ସେପଟେ କରୋନା ଭାଇରସ୍‌ ପାଇଁ ଲାଗିଥିବା କର୍ଫ୍ୟୁ ସତ୍ବେ ସ୍ଥାନୀୟ ଲୋକେ ଛୋଟ ତିମିଗୁଡ଼ିକୁ ସମୁଦ୍ରକୁ ଫେରାଇବାରେ ସାହାଯ୍ୟ କରିଥିଲେ। କଲମ୍ବୋର ଦକ୍ଷିଣରେ ଅବସ୍ଥିତ ପାନାଦୁରା ସମୁଦ୍ର କୂଳରେ ସମୁଦ୍ର ଜଳରେ ଭାସିଆସି ଲାଗିଥିବା ଛୋଟ ତିମିଗୁଡ଼ିକୁ ପୁଣିଥରେ ସମୁଦ୍ରରେ ଛାଡ଼ିଥିଲେ।

ସୋମବାର ରାତିରେ ୧୦୦ରୁ ୧୨୦ ତିମିକୁ ଆମେ ଫେରାଇଥିଲୁ ବୋଲି ରିଓଟରକୁ ପ୍ରତିକ୍ରିୟା ଦେଇ କହିଛନ୍ତି ନୌସେନା ମୁଖପାତ୍ର କ୍ୟାପ୍ଟେନ ଇଣ୍ଡିକା  ଦି ସାଲଭା । ତେବେ ଉଦ୍ଧାର ସମୟରେ ୪ଟି ତିମିର ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି।

ମାଛ ଧରୁଥିବା ବେଳେ କଳା ଦାଗ ଭଳି ଦେଖାଯାଇଥିଲା। ପାଖକୁ ଯାଇ ଦେଖିଲା ପରେ ଜଣାପଡ଼ିଲା ପାଖାପାଖି ୧୦୦ରୁ ଅଧିକ ତିମି କୂଳରେ ଲାଗିଛନ୍ତି। ଏଭଳି ଆଗରୁ କେବେ ହୋଇନଥିଲା। ଏମିତି ପ୍ରଥମ ଥର ହୋଇଛି ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ଉପୁଲ ରଞ୍ଜିତ କହିଛନ୍ତି।

   Related Posts