ମ୍ୟାଚ୍ ହାରିବା ପରେ ମୈଦାନରେ କୋଚ୍-ଅଧିନାୟକ କଟାକଟି, ଭାଇରାଲ ହେଉଛି ଭିଡିଓ

Published By : Prameya-News7 Bureau | July 21, 2021 IST

ନୂଆଦିଲ୍ଲୀ ୨୧/୭ : ଶିଖର ଧାୱନଙ୍କ ନେତୃତ୍ୱରେ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ । ଭାରତୀୟ କ୍ରିକେଟ୍ ଦଳ ୨-୦ ଅଗ୍ରଣୀ ରହିଛି । କଲମ୍ବୋ ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ୭ ୱିକେଟ୍ ନେଇଥିବାବେଳେ ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ୩ ୱିକେଟରେ ବିଜୟ ହାସଲ କରିଛି ।

ଚହର ଓ ସୂର୍ଯ୍ୟକୁମାର ଯାଦବଙ୍କ ରନ ବର୍ଷାରେ ଦଳ ଏହି ବିଜୟ ହାସଲ କରିଛି । ଯଦିଓ ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କା ଦଳ ପାଇଁ ଅନେକ ସୁଯୋଗ ରହିଥିଲା । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଭୁଲ୍ ହେତୁ ଆୟୋଜକମାନେ ପରାଜୟର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ ଶ୍ରୀଲଙ୍କା ଦଳର କୋଚ୍ ମିକି ଆର୍ଥର ଡ୍ରେସିଂ ରୁମରେ ବସି ବହୁତ ବିବ୍ରତ ମନେ ହେଉଥିଲେ ।

wp:html /wp:html

ଆଉ ମ୍ୟାଚ୍ ଶେଷ ହେବା ପରେ ସେ ନିଜେ ପଡିଆକୁ ଆସି ଶ୍ରୀଲଙ୍କାର ଅଧିନାୟକଙ୍କୁ କିଛି ପଚାରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ଲାଗିରହିଥିଲା । ସୋସିଆଲ ମିଡିଆରେ ସେମାନଙ୍କ କଳହର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ଥାଉକି, ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ODI ପରେ ଶ୍ରୀଲଙ୍କାର ପୂର୍ବତନ କିମ୍ବଦନ୍ତୀ ରସେଲ ଆର୍ନୋଲ୍ଡ ମଧ୍ୟ ମିକି ଆର୍ଥରଙ୍କ ଏହି ଆଚରଣ ଉପରେ ମନ୍ତବ୍ୟ ଦେଇଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ କୋଚ୍ ଏବଂ ଅଧିନାୟକଙ୍କ ମଧ୍ୟରେ ବାର୍ତ୍ତାଳାପ ପଡ଼ିଆରେ ନୁହେଁ ବରଂ ଡ୍ରେସିଂ ରୁମରେ ହେବା ଉଚିତ୍ । ଏହି ଭିଡିଓରେ ଦାସୁନ୍ ଶାନାକା ଏବଂ ମିକି ଆର୍ଥର୍ କିଛି ବିଷୟରେ ଜୋରଦାର ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଛି । ଯେତେବେଳେ ଆର୍ଥର କ୍ୟାପଟେନଙ୍କୁ କିଛି ବିଷୟରେ ଟାର୍ଗେଟ କରୁଥିବା ଦେଖାଗଲା । ଦାସୁନ୍ ଶାନାକା ତାଙ୍କୁ ତାଙ୍କ ପାର୍ଶ୍ୱରୁ ମନାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ମିକି ଆର୍ଥର ପଡିଆରୁ ବାହାରକୁ ଯାଉଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.