ଶ୍ରୀଲଙ୍କାରେ ସିରିଜ୍ ବୋମା ବିସ୍ଫୋରଣକୁ ନେଇ ମୁସଲିମ୍ ବିରୋଧୀ ଦଙ୍ଗା

Published By : Prameya-News7 Bureau | May 14, 2019 IST

ଶ୍ରୀଲଙ୍କା ୧୪|୫: ଅଶାନ୍ତ ଶ୍ରୀଲଙ୍କା । ଶ୍ରୀଲଙ୍କାରେ ମୁସଲିମ୍ ବିରୋଧୀ ଦଙ୍ଗା ନେଇ ଶ୍ରୀଲଙ୍କାରେ କର୍ଫ୍ୟୁ । ଗତକାଲି ରାତି ୯ଟାରୁ ଆଜି ଭୋର୍ ୪ଟା ପର୍ଯ୍ୟନ୍ତ ଶ୍ରୀଲଙ୍କାରେ କର୍ଫ୍ୟୁ ଲାଗୁ କରାଯାଇଥିଲା । ଏନେଇ ପୋଲିସ ମୁଖପାତ୍ର ରୁୱାନା ଗୁଣଶେଖର ସୂଚନା ଦେଇଛନ୍ତି । ଇଷ୍ଟର ରବିବାର ଶ୍ରୀଲଙ୍କାରେ ସଂଘଟିତ ସିରିଜ୍ ବୋମା ବିସ୍ଫୋରଣ ଘଟଣାକୁ ନେଇ ଏବେ ଶ୍ରୀଲଙ୍କା ମୁସଲିମ୍ ବିରୋଧୀ ଦଙ୍ଗା ଆରମ୍ଭ ହୋଇଯାଇଛି । ଏକାଧିକ ସ୍ଥାନରେ ମୁସଲିମ୍ ଧର୍ମାବଲମ୍ବୀଙ୍କ ଉପରେ ଆକ୍ରମଣ କରାଯାଇଥିବାର ଖବର ଆସିଛି ।

ଏହାକୁ ନେଇ ବିଭିନ୍ନ ସ୍ଥାନରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବାରୁ ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଛନ୍ତି । ଉତ୍ତର ପଶ୍ଚିମ ପ୍ରଦେଶରେ ଥିବା ଏକାଧିକ ମସଜିଦ୍ ଓ ମୁସଲିମ୍ ସଂପ୍ରଦାୟର ଲୋକଙ୍କ ଦୋକାନ ଗୁଡିକ ଉପରେ ଆକ୍ରମଣ ହୋଇଛି । ଏପ୍ରିଲ ୧୧ରେ ଶ୍ରୀଲଙ୍କାର ଏକାଧିକ ଚର୍ଚ୍ଚରେ ସିରିଜ୍ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ପ୍ରାୟ ୨୫୦ ଜଣ ପ୍ରାଣ ହରାଇଥିଲେ । ଆଇଏସ୍ ଆତଙ୍କୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.