Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଏହି ପଡୋଶୀ ଦେଶ ପାଖରେ ଇନ୍ଧନ କିଣିବାକୁ ନାହିଁ ପଇସା, ଭାରତଠୁ ୫୦୦ ମିଲିୟନ USD ମାଗିଲା ଉଧାର

18/10/2021 at 10:26 AM

କଲମ୍ବୋ ୧୮/୧୦: ଭାରତକୁ ଶ୍ରୀଲଙ୍କା ମାଗିଲା ଉଧାର । ଶ୍ରୀଲଙ୍କାରେ ଗମ୍ଭୀର ଭାବରେ ବିଦେଶ ମୁଦ୍ରା ସଂକଟ ଦେଖା ଦେଇଥିବା ବେଳେ ଅଶୌଧିତ ତୈଳ କିଣିବା ପାଇଁ ଶ୍ରୀଲଙ୍କା ଭାରତକୁ ୫୦୦ ମିଲିୟନ ଆମେରିକା ଡଲାର ଉଧାର ମାଗିଛି । ଏହାର କିଛିଦିନ ପୂର୍ବେ ଶ୍ରୀଲଙ୍କା ଶକ୍ତିମନ୍ତ୍ରୀ ଉଦୟ ଗମ୍ମନପିଲା ଏନେଇ ଚେତାବନୀ ଦେଇଥିଲେ । ସେ କହିଥିଲେ ଯେ ଶ୍ରୀଲଙ୍କାର ବର୍ତ୍ତମାନ ଗଚ୍ଛିତ ଇନ୍ଧନ ସ୍ଥିତିକୁ ଦେଖିଲେ ଲାଗୁଛି ଯେ ଏହା ଜାନୁଆରୀ ପର୍ଯ୍ୟନ୍ତ ଇନ୍ଧନ ଯୋଗାଇ ପାରିବ। ତା ପରେ ସ୍ଥିତି ସଂକଟାପନ୍ନ ହେବ।

ଆଉ ଆଜି ଶ୍ରୀଲଙ୍କା ସରକାର ଭାରତ ସରକାରଙ୍କ ଠାରୁ ୫୦୦ ମିଲିୟନ ଆମେରିକୀୟ ଡଲାର ଉଧାର ମାଗିଛନ୍ତି । ଶ୍ରୀଲଙ୍କା ସରକାରୀ ପେଟ୍ରୋଲିୟମ କମ୍ପାନୀ ସିଲନ ପେଟ୍ରୋଲିୟମ କର୍ପୋରେସନ(cpc)ର ଉପରେ ଦୁଇ ପ୍ରମୁଖ ସରକାରୀ ବ୍ୟାଙ୍କ- ବ୍ୟାଙ୍କ ଅଫ୍ ସୀଲୋନ୍ ଓ ପିପୁଲ୍ସ ବ୍ୟାଙ୍କର ପାଖାପାଖି ୩.୩ ଅରବ ଡଲାର ଋଣ ରହିଛି।

ଏନେଇ ସିପିସି ଅଧ୍ୟକ୍ଷ ସୁମୀତ ବିଜେସିଂଘ ସ୍ଥାନୀୟ ମିଡିଆ Newsfirst.lk ପ୍ରତିକ୍ରିୟା ଦେଇ କହିଛନ୍ତି “ଆମେ ବର୍ତ୍ତମାନ ଭାରତ-ଶ୍ରୀଲଙ୍କା ଆର୍ଥିକ ବୁଝାମଣା ଦ୍ୱାରା ସୁବିଧା(୫୦୦ ମିଲିୟନ ଆମେରିକା ଡଲାର କ୍ରେଡିଟ୍ ଲାଇନ୍) ପାଇବା ପାଇଁ ଏଠାରେ ଭାରତତୀୟ ରାଷ୍ଟ୍ରଦୂତଙ୍କ ସହିତ ସମ୍ପର୍କରେ ରହିଛୁ।” ଭାରତ ଠାରୁ ସହଯୋଗ ମିଳିଲେ ଏହି ରାଶିକୁ ପେଟ୍ରୋଲ ଓ ଡିଜେଲ୍ କିଣିବାକୁ ବ୍ୟବହାର କରାଯିବ ବୋଲି ସୁମୀତ ବିଜେସିଂଘ କହିଛନ୍ତି। ଭାରତ ଓ ଶ୍ରୀଲଙ୍କ ମଧ୍ୟରେ ଖୁବ୍‌ଶୀଘ୍ର ଋଣ ପାଇଁ ସ୍ୱାକ୍ଷାର ହୋଇପାରେ ବୋଲି ଶ୍ରୀଲଙ୍କା ଅର୍ଥ ସଚିବ ଏସ୍‌ଆ୍‌ ଏଟିଗେଲ୍ କହିଥିବା ସୂଚନା ମିଳିଛି।

   Related Posts