Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଶ୍ରୀଲଙ୍କା ରାଜନୈତିକ ସଙ୍କଟରେ ନୂଆ ମୋଡ ; ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା, ଜାନୁୟାରୀ ୫ରେ ନିର୍ବାଚନ

10/11/2018 at 10:32 AM

କଲୋମ୍ବିଆ ୧୦|୧୧: ଶ୍ରୀଲଙ୍କା ରାଜନୈତିକ ସଙ୍କଟରେ ନୂଆ ମୋଡ । ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା। ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଦୁଇ ସପ୍ତାହ ଧରି ଚାଲିଥିଲା ରାଜନୈତିକ ସଙ୍କଟ। ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କୁ ନୂତନ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ କରିଥିଲେ। ରାଷ୍ଟ୍ରପତିଙ୍କ ଏହି ଅସାମ୍ବିଧାନିକ ପଦକ୍ଷେପ ପରେ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିଲା। ୨୨୫ ଆସନ ବିଶିଷ୍ଟ ଏହି ଦ୍ଵୀପ ଦେଶରେ ବହୁମତ ପାଇଁ ୧୧୩ ସିଟ୍ ଆବଶ୍ୟକ। । ତେବେ ପ୍ରଧାନମନ୍ତ୍ରୀ ପଦ ପାଇଁ ପର୍ଯ୍ୟାପ୍ତ ସଂଖ୍ୟା ବଳ ନହେବାରୁ ରାଷ୍ଟ୍ରପତି ସିରିସେନା ସଂସଦ ଭଙ୍ଗ କରିଛନ୍ତି । ରାଷ୍ଟ୍ରପତି ସିରିସେନା ଏକ ବିଜ୍ଞପ୍ତି ଉପରେ ହସ୍ତାକ୍ଷର କରି ୨୨୫ ସଦସ୍ୟ ବିଶିଷ୍ଟ ସଦନଙ୍କୁ ଭଙ୍ଗ କରିଛନ୍ତି। ଏହି ନିଷ୍ପତ୍ତି ଶୁକ୍ରବାର ମଧ୍ୟ ରାତ୍ରରୁ ଲାଗୁ ହୋଇଛି। ଏହା ସହିତ ଶ୍ରୀଲଙ୍କାରେ ମଧ୍ୟବର୍ତ୍ତୀ ନିର୍ବାଚନର ପଥ ପରିଷ୍କାର ହୋଇଛି। ରାଜନୈତିକ ଗତିରୋଧ କାରଣରୁ ଭାରତର ଦକ୍ଷିଣରେ ଥିବା ପଡୋଶୀ ଦେଶରେ ଦୁଇ ବର୍ଷ ପୂର୍ବରୁ ନିର୍ବାଚନ କରିବାକୁ ପଡ଼ିବ। ଶ୍ରୀଲଙ୍କାରେ ଜାନୁଆରୀ ୫ରେ ନିର୍ବାଚନ ହେବ ।

   Related Posts