Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଟସ୍ ଜିତି ଶ୍ରୀଲଙ୍କାର ବୋଲି ନିଷ୍ପତ୍ତି, ଭାରତ ପକ୍ଷରୁ ଡେବ୍ୟୁ କଲେ ୪ ଖେଳାଳି

28/07/2021 at 7:45 PM

କଲୋମ୍ବୋ ୨୮।୦୭: କଲୋମ୍ବୋର ପ୍ରେମଦାସା  ଷ୍ଟାଡିୟମରେ ଆଜି ଟି-୨୦ ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଟି-୨୦ ଜିତି ଭାରତ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ଵିତୀୟ ଟି-୨୦ରେ ଭାରତୀୟ ଦଳରେ ବଡ ଧରଣର ଅଦଳବଦଳ ହୋଇଛି। ଦଳରେ ୪ ଖେଳାଳି ଦେବଦତ୍ତ ପାଡିକଲ, ଋତୁରାଜ ଗାଏକ୍ଵାଡ, ନୀତୀଶ ରାଣା ଓ ଚେତନ ସକାରିଆ ଟି-୨୦ରେ ପଦାର୍ପଣ କରିଛନ୍ତି। ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଦଳରେ ସୁଯୋଗ ଦିଆଯାଇଛି।

ଦଳର ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ମଙ୍ଗଳବାର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ସାତ ଦିନ ପୃଥକବାସରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସାତ ଅନ୍ୟ ଖେଳାଳି ପୃଥ୍ଵୀ ଶ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ଚହର, ମନୀଷ ପାଣ୍ଡେ, ଇଶାନ କିଶନ ଓ କୃଷ୍ଣପ୍ପା ଗୌତମ ମଧ୍ୟ ଶେଷ ଦୁଇଟି ମ୍ୟାଚ୍ ଖେଳି ପାରିବେ ନାହିଁ।

ତୃତୀୟ ମୁକାବିଲା ଗୁରୁବାର ନିର୍ଦ୍ଧାରିତ ସମୟରେ ଖେଳାଯିବ। ହେଲେ ୮ ଖେଳାଳି ବାଦ୍ ପଡିବା ପରେ ଭାରତୀୟ ଦଳ ପାଖରେ ଚୂଡାନ୍ତ ଏକାଦଶ ଚୟନ କରିବାର ଆଉ କିଛି ବିକଳ୍ପ ମଧ୍ୟ ନାହିଁ। ଶିଖର ଧାଓ୍ଵନଙ୍କ ନେତୃତ୍ଵରେ ୨୦ ଜଣିଆ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଆସିଛି। ଏଥିସହ ଦଳରେ ଚାରି ଜଣ ଷ୍ଟାଣ୍ଡବାଇ ନେଟ୍ ବୋଲର ମଧ୍ୟ ସାମିଲ୍।

ଭାରତୀୟ ଦଳ ପ୍ରଥମ ଟି-୨୦ ଜିତି ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏବେ ବାକି ଦୁଇଟି ମ୍ୟାଚ୍ ପାଇଁ ବାକି ଖେଳାଳିଙ୍କୁ ନେଇ ଭାରତୀୟ ଦଳ ପଡିଆକୁ ଓହ୍ଲାଇବ। ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ଵୀ ଶ ଇଂଲଣ୍ଡ ଗସ୍ତ କରିବା ନେଇ ମଧ୍ୟ ସଂଶୟ ଉପୁଜିଛି। ଏହି ଦୁଇ ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ ପାଇଁ ବଦଳ ଖେଳାଳି ପାଇଁ ଚୟନ କରାଯାଇଛି।

ଭାରତୀୟ ଦଳ

ଶିଖର ଧାଓ୍ଵନ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ନୀତୀଶ ରାଣା, ଭୁବନେଶ୍ଵର କୁମାର, କୁଲଦୀପ ଯାଦବ, ରାହୁଲ ଚହର, ନବଦୀପ ସାଇନି, ଚେତନ ସକାରିଆ, ବରୁଣ ଚକ୍ରବର୍ତ୍ତୀ।

   Related Posts