ଶ୍ରୀଲଙ୍କା ମୁସଲିମ ବିରୋଧୀ ଦଙ୍ଗା ନେଇ ସ୍ଥିତି ସଙ୍ଗୀନ : ଦେଶବ୍ୟାପୀ କର୍ଫ୍ୟୁ

Published By : Prameya-News7 Bureau | May 14, 2019 IST

କଲମ୍ବୋ ୧୪|୫: ଶ୍ରୀଲଙ୍କା ମୁସଲିମ ବିରୋଧୀ ଦଙ୍ଗା ନେଇ  ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତକାଲିଠାରୁ ଦେଶବ୍ୟାପୀ କର୍ଫ୍ୟୁ ଜାରି କରାଯାଇଛି । ତେବେ କର୍ଫ୍ୟୁ ସତ୍ତ୍ବେ ଦେଶର ବିଭିନ୍ନ ଭାଗରେ ହିଂସାକାଣ୍ଡ ଦେଖାଦେଇଛି । ଇଷ୍ଟର ରବିବାର ଶ୍ରୀଲଙ୍କାରେ ସଂଘଟିତ ସିରିଜ୍ ବୋମା ବିସ୍ଫୋରଣ ପରେ ଦେଶବ୍ୟାପୀ ହିଂସା ଦେଖାଦେଇଛି। ବିଭିନ୍ନ ସ୍ଥାନରେ ମୁସଲିମ୍ ଧର୍ମାବଲମ୍ବୀଙ୍କ ଉପରେ ଆକ୍ରମଣ କରାଯାଇଥିବାର ଖବର ଆସିଛି।

{"id":111716}

ଜଳୁଛି ଶ୍ରୀଲଙ୍କା। ଦେଶ ବ୍ୟାପୀ କର୍ଫ୍ୟୁ । ତଥାପି ବି ଦେଶବ୍ୟାପୀ ଲୋକେ ହିଂସାକାଣ୍ଡ ଭିଆଇବାରେ ଲାଗିଛନ୍ତି। ଏପ୍ରିଲ ୧୧ରେ ଶ୍ରୀଲଙ୍କାର ଏକାଧିକ ଚର୍ଚ୍ଚରେ ସିରିଜ୍ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ପ୍ରାୟ ୨୫୦ ଜଣ ପ୍ରାଣ ହରାଇଥିଲେ। ଆଇଏସ୍ ସହ ସଂପର୍କିତ ଆତଙ୍କୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିଥିଲା । ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ବାରମ୍ବାର ହିଂସାକାଣ୍ଡ ବଢ଼ିବାରେ ଲାଗିଛି । ସିରିଜ୍‌ ବିସ୍ଫୋରଣ ପଛରେ ମୁସଲମାନ ଆତଙ୍କବାଦୀ ଗୋଷ୍ଠୀ ଥିବାରୁ ଏବେ ଦେଶର କିଛି ଗୋଷ୍ଠୀ ମୁସଲମାନମାନଙ୍କୁ ହିଁ ଟାର୍ଗେଟ କରିବାରେ ଲାଗିଛନ୍ତି।

{"id":111717}

ଯେତେବେଳେ ପବିତ୍ର ରମଜାନ ମାସ ଚାଲିଛି ସେହି ସମୟରେ ମୁସଲମାନମାନଙ୍କ ଉପରେ ଆକ୍ରମଣ ହେଉଛି। ମସଜିଦ ଉପରେ ହେଉଛି ଆକ୍ରମଣ। ମୁସଲମାନମାନଙ୍କ ଦୋକାନ ଘର ଉପରେ ହେଉଛି ଆକ୍ରମଣ। ଏତିକିବେଳେ ଏକ ଖବର ଫେସ୍‌ବୁକ୍‌ରେ ଦେଶରେ ନିଆଁ ଭଳି ବ୍ୟାପିଯାଇଥିଲା। ଆଉ ହିଂସାକାଣ୍ଡ ହୁ ହୁ ହୋଇ ବଢ଼ିବାରେ ଲାଗିଛି।

{"id":111718}

ଏଥିରେ ବର୍ତ୍ତମାନସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  କାଲିଠାରୁ ଶ୍ରୀଲଙ୍କା ସରକାର ଦେଶବ୍ୟାପୀ କର୍ଫ୍ୟୁ ଲଗାଇଛନ୍ତି । ତେବେ କର୍ଫ୍ୟୁ ସତ୍ତ୍ବେ ବି ମୁସଲମାନମାନଙ୍କ ଉପରେ ଆକ୍ରମଣ ହେଉଥିବା କିଛି ଲୋକ ସୋସିଆଲ ମିଡିଆରେ ଭିଜୁଆଲ ଅପଲୋଡ କରିଛନ୍ତି।  

{"id":111719}

ତେବେ ସୋସିଆଲ ମିଡିଆ ଯୋଗୁଁ ହିଂସା ବ୍ୟାପିବା ଆଶଙ୍କାରେ ଏହା ଉପରେ ମଧ୍ୟ କଟକଣା ଲଗାଯାଇଛି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନୀଲ ବିକ୍ରମସିଂହେ ଆଇନ ଶୃଙ୍ଖଳା ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ହିଂସାକାଣ୍ଡ ପଛରେ ରହିଥିବା ସନ୍ଦେହ କରୁଛନ୍ତି ସରକାର ।

{"id":111720}

ଗୁଜବକୁ ଗୁରୁତ୍ବ ନ ଦେବା ଲାଗି ପରାମର୍ଶ ଦିଆଯାଇଛି। ଶ୍ରୀଲଙ୍କାର ଜନବସତିରୁ ଅଧିକାଂଶ ବୌଦ୍ଧ ଧର୍ମାବଲମ୍ବୀ ହୋଇଥିବା ବେଳେ ୧୦ ପ୍ରତିଶତ ମୁସଲମାନ, ୭ ପ୍ରତିଶତ ଖ୍ରୀଷ୍ଟିୟାନ। ତେବେ ଇଷ୍ଟର ସନ୍‌ଡେ ବିସ୍ଫୋରଣ ପରେ ଖ୍ରୀଷ୍ଟିୟାନ ଓ ମୁସଲମାନମାନଙ୍କ ମଧ୍ୟରେ ହିଂସା ଦେଖାଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.