ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ ; ଚଳଚଞ୍ଚଳ ପୁରୀ ଶ୍ରମନ୍ଦିର ଓ ସତ୍ୟବାଦୀର ସାକ୍ଷୀ ଗୋପିନାଥଙ୍କ ମନ୍ଦିର
1/09/2018 at 6:47 PM

ପୁରୀ ୧/୯ : ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମତ୍ସୋବ ପାଇଁ ଚଳଚଞ୍ଚଳ ପୁରୀ ଶ୍ରମନ୍ଦିର ଓ ସତ୍ୟବାଦୀର ସାକ୍ଷୀ ଗୋପିନାଥଙ୍କ ମନ୍ଦିର। ମହାପ୍ରଭୁଙ୍କ ସଂନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ବେଶ୍ ନିଷ୍ଠାର ସହ ପାଳିତ ହେବ ଶ୍ରୀମନ୍ଦିରରେ। ଶ୍ରୀଜୀଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଜୟବିଜୟ ଦ୍ୱାର ନିକଟକୁ ଅଣାଯିବା ପରେ ସେଠାରେ ମହାଜନ ସେବାୟତ ମାନେ ନିଶାର୍ଦ୍ଧରେ ଏହି ନୀତି ପାଳନ କରିବେ। ସେଥିପାଇଁ ଶ୍ରୀମନ୍ଦିରରେ ଆସନ୍ତାକାଲି ବିଶେଷ ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ସଂଧ୍ୟା ୫.୩୦ ରୁ ରାତ୍ର ୧୦.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
Related Posts
୨୬୫ ଗ୍ରାମର ବ୍ରାଉନ ସୁଗାର ଜବତ, ୩ ଗିରଫ
3 March 2021