ବ୍ରହ୍ମପୁର ଗୋକୁଳ ଧାମ ମନ୍ଦିରରେ ପ୍ରଥମ ଜନ୍ମାଷ୍ଟମୀ ଉତ୍ସବ ପାଳନ
Published By : Prameya-News7 Bureau | September 02, 2018 IST
ବ୍ରହ୍ମପୁର ୨|୯: ପବିତ୍ର ଜନ୍ମାଷ୍ଟମୀକୁ ନେଇ ଉତ୍ସବ ମୁଖର ପୁରପଲ୍ଲୀ । ଚଳିତ ବର୍ଷ ବ୍ରହ୍ମପୁର ସହରରେ ନୂତନ ଭାବେ ନିର୍ମିତ ହୋଇଥିବା ଭାରତର ଦ୍ବିତୀୟ ବୃହତ ଗୋକୁଳ ଧାମ ମନ୍ଦିରରେ ପ୍ରଥମ ଜନ୍ମାଷ୍ଟମୀ ଉତ୍ସବକୁ ମହା ଆଡମ୍ବର ସହ ପାଳନ କରାଯାଉଛି । ସକାଳୁ ସକାଳୁ ଏଠାରେ ଭକ୍ତଙ୍କ ଭିଡ ଲାଗିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ରାତି ୧୦ଟା ୫୬ ମିନିଟରେ ବିଧି ବିଧାନ ଅନୁସାରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ନୀତି ପାଳନ କରାଯିବ।