ମହାଦାନୀ କର୍ଣ୍ଣ ମହାଭାରତର ସବୁଠୁ ବଡ ବୀର ଓ ଯୋଦ୍ଧା ଥିଲେ। ପର୍ଶୁରାମଙ୍କ ଶିଷ୍ୟ କର୍ଣ୍ଣଙ୍କୁ ସୂର୍ଯ୍ୟଙ୍କ ପୁତ୍ର ବୋଲି ମଧ୍ୟ କୁହାଯାଏ। କର୍ଣ ସୁତପୁତ୍ର ବୋଲି ପରିଚିତି ଲାଭ କରିଥିଲେ ମଧ୍ୟ ପ୍ରକୃତରେ ସେ କୁନ୍ତିଙ୍କ ପୁତ୍ର ଥିଲେ। ସୂର୍ଯ୍ୟଙ୍କ ତେଜ ଭଳି ସେ ମଧ୍ୟ ତେଜିୟାନ। ଜନ୍ମରୁ ସେ କବଚ ଆଉ କୁଣ୍ଡଳ ଯୁକ୍ତ ଥିଲେ । କୁଣ୍ଡଳରୁ ଅମୃତ ଝରୁଥିଲା ଆଉ କବଚ ତାଙ୍କୁ ସବୁ ଘାତକ ଆକ୍ରମଣରୁ ରକ୍ଷା କରୁଥିଲା। କର୍ଣ୍ଣଙ୍କ ବୀରତ୍ବରେ ମୁଗ୍ଧ ହୋଇ ଦୁର୍ଯ୍ୟୋଧନ ତାଙ୍କୁ ଅଂଗ ରାଜ୍ୟର ରାଜାବାବେ ଅଭିଷିକ୍ତ କରିଥିଲେ। ସେଥିପାଇଁ ଦୁର୍ଯ୍ୟୋଧନ ଦୁରାଚାରୀ ଥିଲେ ମଧ୍ୟ ମହାଭାରତ ଯୁଦ୍ଧରେ ସେ କୌରବଙ୍କ ସପକ୍ଷରେ ରହିଥିଲେ।
{"id":65971,"width":554,"height":367}ମହାଭାରତ ଯୁଦ୍ଧରେ କର୍ଣ୍ଣଙ୍କ କବଳରୁ ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ ଇନ୍ଦ୍ର ଦେବ ଛଦ୍ମବେଶୀ ବ୍ରାହ୍ମଣ ବେଶରେ ଆସି କର୍ଣ୍ଣଙ୍କଠୁ ଦାନ ମାଗିଥିଲେ । କର୍ଣ୍ଣ ଦାନ ଦେବା ପାଇଁ ପ୍ରସ୍ତୁତ ହେବାପରେ ଛଦ୍ମବେଶୀ ଇନ୍ଦ୍ର ତାଙ୍କ କବଚ କୁଣ୍ଡଳ ମାଗିଥିଲେ ଆଉ କର୍ଣ୍ଣ ବି ମହାଦାନୀର ପରିଚୟ ଦେଇ ଦାନରେ ଦେଇଦେଇଥିଲେ କବଚ ଆଉ କୁଣ୍ଡଳ। କର୍ଣ୍ଣଙ୍କର ଏହି ଦାନବୀର ପଣକୁ ଦେଖି ଇଂନ୍ଦ୍ର ଅନେକ ମାତ୍ରାରେ ପ୍ରଭାବିତ ଓ ଲଜ୍ଜିତ ହୋଇଥିଲେ। ସେଇ କାରଣରୁ ସେ କର୍ଣ୍ଣଙ୍କୁ ନିଜର ସବୁଠୁ ଶକ୍ତିଶାଳି ଅସ୍ତ୍ର ଉପହାରରେ ଦେଇଥିଲେ। କିନ୍ତୁ ସର୍ତ ମଧ୍ୟ ଥିଲା ଯେ କର୍ଣ୍ଣ ଏଇ ଅସ୍ତ୍ରକୁ କେବଳ ଥରେ ପ୍ରୟୋଗ କରି ପାରିବେ। କର୍ଣ୍ଣ ଏହି ଅସ୍ତ୍ରକୁ ମହାଭାରତ ଯୁଦ୍ଧରେ ଅର୍ଜ୍ଜୁନଙ୍କ ଉପରେ ପ୍ରଯୋଗ ପାଇଁ ମନସ୍ତ କରିଥିଲେ। ତେବେ ଅର୍ଜ୍ଜୁନଙ୍କୁ ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ଚକ୍ରାନ୍ତ କରିଥିଲେ। ଚକ୍ରାନ୍ତରେ ଫଶି ବାଧ୍ୟ ହୋଇ କର୍ଣ୍ଣ ମହାଭାରତ ଯୁଦ୍ଧରେ ଏହି ଅସ୍ତ୍ରକୁ ଭୀମଙ୍କ ପୁତ୍ର ଘଟୋତ୍କଚଙ୍କ ଉପରେ ପ୍ରୟୋଗ କରିଥିଲେ। ଶେଷରେ କର୍ଣ୍ଣ ଯେତେବେଳେ ଯୁଦ୍ଧରେ ଅର୍ଜ୍ଜୁନଙ୍କ ସମ୍ମୁଖୀନ ହୋଇଥିଲେ ସେତେବେଳେ କର୍ଣ୍ଣଙ୍କ ପାଖରେ କୌଣସି ଦିବ୍ୟ ଅସ୍ତ୍ର ନଥିଲା କି କବଚ-କୁଣ୍ଡଳ ମଧ୍ୟ ନଥିଲା। ଫଳରେ ସେ ଅର୍ଜ୍ଜୁନଙ୍କଠାରୁ ପରାସ୍ତ ହୋଇଥିଲେ ଓ ଅର୍ଜ୍ଜୁନ ତାଙ୍କୁ ବଧ କରିଥିଲେ। କୃଷ୍ଣଙ୍କ ମନରେ କିନ୍ତୁ କର୍ଣ୍ଣଙ୍କ ପାଇଁ ଅତ୍ୟଧିକ ସମ୍ମାନ ଓ ସ୍ନେହ ଥିଲା। ଶେଷରେ କୃଷ୍ଣ, କର୍ଣ୍ଣଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ୩ଟି ବର ମାଗିବାକୁ କହିଥିଲେ।
{"id":65972} wp:heading {"level":5}