Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାଭାରତ ଯୁଦ୍ଧରେ ଭୀମଙ୍କ ପୁତ୍ର ଘଟୋତ୍କଚଙ୍କ ଵଧ ହେବାରୁ ଖୁସି ହୋଇ ଯାଇଥିଲେ ଶ୍ରୀକୃଷ୍ଣ, ଜାଣନ୍ତୁ କାହିଁକି

18/02/2019 at 4:40 PM

ଭୁବନେଶ୍ୱର ୧୮/୨ : ମହାଭାରତ ଯୁଦ୍ଧରେ ଭୀମଙ୍କ ପୁତ୍ର ଘଟୋତ୍କଚ କର୍ଣ୍ଣଙ୍କ ସହ ଯୁଦ୍ଧ କରିଥିଲେ | ଯୁଦ୍ଧରେ ଘଟୋତ୍କଚ ନିହତ ହୋଇଥିଲେ |ଘଟୋତ୍କଚଙ୍କ ମୃତ୍ୟୁରେ ଭୀମ ଏବଂ ଅନ୍ୟ ୪ ପାଣ୍ଡବ ଦୁଃଖରେ ଭାଙ୍ଗିପଡିଥିବାବେଳେ
ଶ୍ରୀକୃଷ୍ଣ କିନ୍ତୁ ବହୁତ ଖୁସି ହୋଇଥିଲେ | ଘଟୋତକଚଙ୍କ ମୃତ୍ୟୁ ପରେ ଶ୍ରୀକୃଷ୍ଣ ଖୁସି ହେବା ପଛରେ ଶ୍ରୀକୃଷ୍ଣଙ୍କ ଲୀଳା ରହିଥିଲା | ସେ ଅର୍ଜୁନଙ୍କୁ କହିଥିଲେ ଯେ, ଯଦି ଆଜି କର୍ଣ୍ଣ ଦ୍ୱାରା ଘଟୋତ୍କଚଙ୍କ ମୃତ୍ୟୁ ହୋଇନଥାନ୍ତା ତାହେଲେ ଭବିଷ୍ୟତରେ ତାଙ୍କୁ ହିଁ ଘଟୋତ୍କଚଙ୍କୁ ହତ୍ୟା କରିବାକୁ ପଡିଥାନ୍ତା |


ଶ୍ରୀକୃଷ୍ଣଙ୍କ କଥାରେ ପଡି ଘଟୋତ୍କଚ କର୍ଣ୍ଣଙ୍କ ସହ ଯୁଦ୍ଧ କରିବାକୁ ଯାଇଥିଲା | ଉଭୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା | କାରଣ ଉଭୟ ପରାକ୍ରମୀ ଥିଲେ | ସେଥିପାଇଁ ଉଭୟ ପରସ୍ପରର ପ୍ରହାରକୁ କାଟି ଚାଲିଥିଲେ | ଉଭୟଙ୍କ ଯୁଦ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥିଲା | କିନ୍ତୁ ଯୁଦ୍ଧ ଶେଷ ହେବାର ନାଁ ନେଉଥିଲା | କର୍ଣ୍ଣ ଯେତେବେଳେ ଅନୁଭବ କଲେ ଯେ, ଘଟୋତ୍କଚଙ୍କୁ ପରାସ୍ତ କରାଯାଇ ପାରିବନାହିଁ , ସେତେବେଳେ ସେ ନିଜ ଦିବ୍ୟାସ୍ତ୍ର ପ୍ରୟୋଗ କରିଥିଲେ |


ଏହା ଦେଖି ଘଟୋତ୍କଚ ମଧ୍ୟ ନିଜ ମାୟାରେ ରାକ୍ଷସୀ ସେନା ପ୍ରକଟ କରିଥିଲା | କର୍ଣ୍ଣ ନିଜ ଅସ୍ତ୍ରରେ ରାକ୍ଷସୀଙ୍କୁ ମଧ୍ୟ ମାରିଦେଇଥିଲେ | ଏପଟେ ଘଟୋତ୍କଚ କୌରବଙ୍କ ସେନା ସଂହାର କରିବାରେ ଲାଗିଥିଲେ | ଏହାଦେଖି କୌରବମାନେ କର୍ଣ୍ଣଙ୍କୁ କହିଥିଲେ ଯେ, ସେ ଇନ୍ଦ୍ରଙ୍କ ଦେଇଥିବା ଶକ୍ତିରେ ଘଟୋତ୍କଚଙ୍କ ଵଧ କରନ୍ତୁ | ନଚେତ ସେ କୌରବ ସେନାକୁ ସମାପ୍ତ କରିଦେବ | କୌରବଙ୍କ କଥା ଶୁଣି କର୍ଣ୍ଣ ସେୟା ହିଁ କଲେ | ସେ ଘଟୋତ୍କଚଙ୍କୁ ଵଧ କରିଥିଲେ |


ଶ୍ରୀକୃଷ୍ଣଙ୍କ ଇଛାରେ ଘଟୋତ୍କଚ ଏବଂ କର୍ଣ୍ଣ ମଧ୍ୟରେ ଯୁଦ୍ଧ ହୋଇଥିଲା | ଶ୍ରୀକୃଷ୍ଣ ଜାଣିଥିଲେ ଯେ, କର୍ଣ୍ଣଙ୍କ ପାଖରେ ଇନ୍ଦ୍ର ଶକ୍ତି ରହିଛି | ଏହି ଇନ୍ଦ୍ର ଶକ୍ତିରେ ପ୍ରୟୋଗରେ କର୍ଣ୍ଣ ଅର୍ଜୁନଙ୍କୁ ଵଧ କରିଥାନ୍ତେ | କିନ୍ତୁ ଯଦି କର୍ଣ୍ଣଙ୍କ ଯୁଦ୍ଧ ଘଟୋତ୍କଚଙ୍କ ସହିତ ହୁଏ ତାହେଲେ କର୍ଣ୍ଣଙ୍କୁ ନିଜର ତଥା କୌରବଙ୍କ ପ୍ରାଣ ରକ୍ଷା କରିବା ପାଇଁ ଏହି ଇନ୍ଦ୍ର ଶକ୍ତି ପ୍ରୟୋଗ କରିବାକୁ ପଡିବ | ଇନ୍ଦ୍ର ଶକ୍ତି କର୍ଣ୍ଣ କେବଳ ଥରେ ହିଁ ପ୍ରୟୋଗ କରିପାରିଥାନ୍ତେ |ଘଟୋତ୍କଚଙ୍କ ଇନ୍ଦ୍ର ଶକ୍ତି ପ୍ରୟୋଗରେ ଵଧ କରିବା ପରେ କର୍ଣ୍ଣଙ୍କ ପାଖରେ ଆଉ ଶକ୍ତି ରହିବନି ଜାଣି ଶ୍ରୀକୃଷ୍ଣ ଘଟୋତ୍କଚଙ୍କୁ କର୍ଣ୍ଣଙ୍କ ସହ ଯୁଦ୍ଧ କରିବା ପାଇଁ ପଠାଇଥିଲେ |


ଏହାପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଯେ, ଯଦି କର୍ଣ୍ଣ ଘଟୋତକଚର ଵଧ ନକରେ ତାହେଲେ ଭବିଷ୍ୟତରେ ନିଜେ ଶ୍ରୀକୃଷ୍ଣ ହିଁ ଘଟୋତ୍କଚଙ୍କୁ ଵଧ କରିଥାନ୍ତେ | କାରଣ ଟୋତ୍କଚ ଭୀମଙ୍କ ପୁତ୍ର ହେଲେ ମଧ୍ୟ ତାଙ୍କ ମା ହେଉଛନ୍ତି ରାକ୍ଷସୀ ହିଡିମ୍ବା । ଘଟୋତ୍କଚ ପିଲାବେଳୁ ରାକ୍ଷସ ମେଳରେ ବଢିଛି ଓ ତାର ସ୍ବଭାବ ଓ ଆକୃତି ରାକ୍ଷସଙ୍କ ଭଳିଆ । ଅନ୍ୟ ରାକ୍ଷସଙ୍କ ଭଳି ସେ ମଧ୍ୟ ବ୍ରାହ୍ମଣ ଏବଂ ହୋମ, ଯଜ୍ଞ ଆଦି କର୍ମକୁ ବିରୋଧ କରେ ।

   Related Posts