ସୁନାବେଶ
Published By : Prameya-News7 Bureau | July 23, 2018 IST
ଆଜି ସୁନାବେଶ। ହରିଶୟନ ଏକାଦଶୀ। ବଡ ତଢାଉ ବେଶରେ ଆଜି ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ମହଣ ମହଣ ସୁନାରେ ମହାପ୍ରଭୁଙ୍କୁ ସଜ୍ଜିତ କରାଯିବ। ଦୁଇ ଶହ କିଲୋରୁ ଅଧିକ ଓଜନର ସୁନା ଓ ରୂପା ଅଳଙ୍କାରରେ ତିନି ଠାକୁରଙ୍କୁ ସଜ୍ଜିତ କରାଯିବ। ସୁନାର କିରୀଟ,କାନ ବାହାଡମାଳି, ତାବିଜମାଳି,ହରିଡ଼ା କଦମ୍ବ ମାଳି,ବାଘନଖୀ ମାଳି,ସେବତୀ ମାଳି,ହଳଭୁଷଳ,ଚକ୍ର,ତିଳକ,ଆଡ଼କାନି,ଚନ୍ଦ୍ରସୂର୍ଯ୍ୟ,ଅଳକା ,ଓ଼ଡ଼ିଆଣୀ,ଚନ୍ଦ୍ରିକା,ତ଼ଡ଼କୀ, ଆଦି ଭୁଷଣ ଆଜି ମହାପ୍ରଭୁଙ୍କଠାରେ ଲାଗି ହେବ । ମହାପ୍ରଭୁଙ୍କ ଏହି ସୁନାବେଶକୁ ଦେଖିବାକୁ ରାଜ୍ୟ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ରକୁ ଆସିବାର ସମ୍ଭାବନା ରହିଛି । ସନ୍ଧ୍ୟା ୫ଟାରୁ ତିନି ଠାକୁରଙ୍କ ନୀତି ଆରମ୍ଭ ହେବ। ରାତି ୧୧ଟା ଯାଏ ଭକ୍ତମାନେ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରିପାରିବେ।