ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୁଙ୍ଗାର : ହେରାପଞ୍ଚମୀରେ ରଥ ଭାଙ୍ଗିବେ ଅଭିମାନିନୀ ମହାଲକ୍ଷ୍ମୀ

Published By : Prameya-News7 Bureau | June 26, 2020 IST

ପୁରୀ ୨୬/୦୬ : ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିରାଜିତ ଶ୍ରୀଜିଉମାନଙ୍କୁ ଆଜି ବନକଲାଗି ବା ଶ୍ରୀମୁଖ ଶୁଙ୍ଗାର କରାଯାଇଛି । ଆସନ୍ତାକାଲି ପବିତ୍ର ହେରାପଞ୍ଚମୀ । ଅଭିମାନିନୀ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଶରଧାବାଲିରେ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ । ଏହା ପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ବାରକୁ ନିଆଯିବ । ସେପଟେ ଆଜି ଠାକୁରଙ୍କ  ମଙ୍ଗଳ ଆଳତୀ ସମୟରେ ଗୁଣ୍ଡିଚା ମନ୍ଦିରରେ  ସେବାୟତଙ୍କ ବେଶରେ ପଶିଥିବା ୨ଜଣ ଯୁବକଙ୍କୁ ଧରିଛନ୍ତି ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ।….

ଭକ୍ତ ଶୂନ୍ୟ ଶ୍ରୀଗୁଣ୍ଡିଚା ମନ୍ଦିର । ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟସ୍ତ ଦଇତାପତି ସେବକ । ଆଜି ସକାଳୁ ମଙ୍ଗଳ ଆଳତି, ମଇଲମ, ଅବକାଶ ନୀତି  ସମ୍ପନ୍ନ କରାଯାଇଥିଲା । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ବାରା ମହାପ୍ରଭୁଙ୍କ ବନକଲାଗି କରାଯାଇଛି । କସ୍ତୁରୀ, ହିଙ୍ଗୁଳ, ହରିତାଳ, ଶଙ୍ଖ ଆଦି ପ୍ରାକୃତିକ ରଙ୍ଗର ବ୍ୟବହାର କରାଯାଇ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଛି ।ସେହିଭଳି ଭକ୍ତଙ୍କ ପାଖରେ ଆଡ଼ପ ଅବଢ଼ା ପଞ୍ଚାଇବାକୁ ଲାଗିପଡ଼ିଛି ସୁଆର ମହାସୁଆର ନିଯୋଗ ।

ସେପଟେ ଆଜି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ବେଳେ ସେବାୟତ ବେଶରେ ୨ଜଣ ଯୁବକ ପଶିଯାଇଥିବା ବେଳେ ସେମାନଙ୍କୁ ଧରିଥିଲେ ସେଠାରେ ନିୟୋଜିତ ସୁରକ୍ଷା କର୍ମୀ । କୋଭିଡ୍‌ କଟକଣା ପାଇଁ ଅଣସେବାୟତ ତଥା ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ବାରଣ ଥିବା ବେଳେ ଏହି ଦୁଇ ଜଣ କେମିତି ଏତେ ସୁରକ୍ଷା ବ୍ୟବସ୍ଥା ଭିତରେ ମନ୍ଦିରରେ ପଶିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ସେହିଭଳି ଆଉ ଜଣେ ମଧ୍ୟ ଅନ୍ୟ ସେବାୟତଙ୍କ ପରିଚୟ ପତ୍ର ଧରି ମନ୍ଦିର ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ତାଙ୍କୁ ଧରି ପୋଲିସ ଜିମା ଦେଇଥିଲେ । ଏହି ଘଟଣାରେ ୩ଜଣଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି କୁମ୍ଭାରପଡ଼ା ଥାନା ପୋଲିସ ।

ଆସନ୍ତାକାଲି ପବିତ୍ର ହେରାପଞ୍ଚମୀ । ଅଭିମାନିନୀ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଶରଧାବାଲିରେ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ । ଏହା ପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ବାରକୁ ନିଆଯିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.