ସୁରାଟ: ପାଖେଇ ଆସୁଛି ଦୀପାବଳୀ ସାରା ଦେଶର ନଜର ଏବେ ସୁରାଟର ହୀରା ବ୍ୟବସାୟୀ ସାବଜୀ ଢୋଲକିଆ (ସବାଜୀଭାଇ ଧନଜୀଭାଇ ଢୋଲକିଆ) ଙ୍କ ଉପରେ। ପ୍ରତିବର୍ଷ ଦୀପବଳି ବୋନସରେ ସାବଜୀ ତାଙ୍କ ଶ୍ରୀ ହରେକୃଷ୍ଣ ଏକ୍ସପୋର୍ଟର କର୍ମଚାରୀଙ୍କୁ କାର ଓ ଫ୍ଲାଟ ଭଳି ମହଙ୍ଗା ବୋନସ ଦେଇଥାନ୍ତି। ଏଣୁ ଚଳିତବର୍ଷ ସାବଜୀଙ୍କ କର୍ମଚାରୀ ବୋନସରେ କ'ଣ ପାଇବେ ତା ଉପରେ ଏବେ ସମସ୍ତଙ୍କ ନଜର। ତେବେ ଏଥର ପରିସ୍ଥିତି ବଦଳି ଯାଇଛି। ଆର୍ଥିକ ମାନ୍ଦାବସ୍ଥା ଯୋଗୁ ସାବଜୀ ତାଙ୍କ କର୍ମଚାରୀଙ୍କୁ ସେଭଳି କୌଣସି ଆଖିଦୃଶିଆ ବୋନସ ଦେଉନଥିବା କହିଛନ୍ତି।
{"id":167046}ସାବଜୀଙ୍କ କହିବା ଅନୁସାରେ ମାନ୍ଦାବସ୍ଥାର ପ୍ରଭାବ ସୁରାଟର ଡାଇମଣ୍ଡ ବଜାରକୁ ଗୁରୁତର ପ୍ରଭାବିତ କରିଛି। ଏଣୁ ଶ୍ରୀ ହରେକୃଷ୍ଣ ଏକ୍ସପୋର୍ଟ କର୍ମଚାରୀଙ୍କ ୪୦ ପ୍ରତିଶତ ପର୍ଯ୍ୟନ୍ତ ବେତନ ହ୍ରାସ କରିଛି। ଏଥିରେ କର୍ମଚାରୀଙ୍କୁ କିପରି ବୋନସ ଦିଆଯିବ ବୋଲି ସାବାଜୀ କହିଛନ୍ତି। ବଜାରରେ ମାନ୍ଦାବସ୍ଥା ଯୋଗୁ ଉପୁଜିଥିବା ପରିସ୍ଥିତିରେ କର୍ମଚାରୀଙ୍କ ଚାକିରୀ ଅଛି ତାହା ହିଁ ସବୁଠୁ ବଡ କଥା ବୋଲି ସାବଜୀ କହିଛନ୍ତି। ପୂର୍ବରୁ ୨୦୦୮ ମସିହାରେ ଦେଶ ମାନ୍ଦାବସ୍ଥାକୁ ଦେଖିଛି। ତେବେ ସେତେବେଳର ପରିସ୍ଥିତିଠାରୁ ଏବେର ପରିସ୍ଥିତି ଅନେକ ବଦଳି ଯାଇଥିବା କହିଛନ୍ତି ସାବଜୀ।
{"id":167048,"width":582,"height":306}ଦେଶ ବାର୍ଷିକ ଯେତେ ହୀରା ବ୍ୟବସାୟ କରେ ଚଳିତ ବର୍ଷ ତାର ଅଧା କାରବାର କରୁଛି। ପରିସ୍ଥିତି ଏପରି ହୋଇଛି ଯେ ଗତ ୭ ମାସରେ ଦେଶର ଡାୟମଣ୍ଡ ସିଟି ଭାବେ ଜଣାସୁଣା ସୁରାଟରେ ୨୦ ପ୍ରତିଶତ ହୀରା କମ୍ପାନୀ ସେମାନଙ୍କ କାରବାର ବନ୍ଦ କରିଦେଇଛନ୍ତି। ଏଣୁ ଏଥର ଦୀପାବଳିରେ ଶ୍ରୀ ହରେକୃଷ୍ଣ ଏକ୍ସପୋର୍ଟ କମ୍ପାନୀର କର୍ମଚାରୀଙ୍କୁ ପୂର୍ବବର୍ଷମାନଙ୍କ ଭଳି ମହଙ୍ଗା ବୋନସ ଦେଇ ପାରିବ ନାହିଁ ବୋଲି କମ୍ପାନୀର ଚେୟାର ସାବଜୀ ଢୋଲକିଆ ଘୋଷଣା କରିଛନ୍ତି।