ଶ୍ରୀ ଗଣେଶ ଲେଖିଥିଲେ ମହାଭାରତ : ମହର୍ଷି ବେଦବ୍ୟାସଙ୍କ ସମ୍ମୁଖରେ ରଖିଥିଲେ ୨ଟି ସର୍ତ୍ତ

Published By : Prameya-News7 Bureau | April 21, 2020 IST

ଭୁବନେଶ୍ୱର ୨୧/୦୪ : ମହାଭାରତ ଯୁଦ୍ଧ ସମ୍ପର୍କରେ ପ୍ରତ୍ୟକ ମଣିଷ ପରିଚିତ | କିନ୍ତୁ ମହାଭାରତ କିଏ ଲେଖିଥିଲେ ତାହା ବହୁତ କମ ଲୋକ ଜାଣିଛନ୍ତି | ଅଧିକାଂଶ ଲୋକ ଜାଣିଛନ୍ତି ଯେ ମହାଭାରତ ମହର୍ଷି ବେଦବ୍ୟାସ ଲେଖିଛନ୍ତି | ବହୁତ କମ ଲୋକ ଜାଣିଛନ୍ତି ଯେ ମହର୍ଷି ବେଦବ୍ୟାସ ମହାଭାରତ କଥା ସମ୍ପର୍କରେ ବ୍ୟାଖ୍ୟା କରିଥିଲେ କିନ୍ତୁ ଲେଖିନଥିଲେ | ମହାଭାରତ ମହାଦେବ ଓ ପାର୍ବତୀ ପୁତ୍ର ଶ୍ରୀ ଗଣେଶ ଲେଖିଥିଲେ | ଧାର୍ମିକ ତଥ୍ୟ ଅନୁସାରେ ଯେତେବେଳେ ମହର୍ଷି ବେଦବ୍ୟାସ ମହାଭାରତ କାବ୍ୟ ରଚନା କରିବାକୁ ଚିନ୍ତା କରିଥିଲେ ସେତେବେଳେ ସେ ଏମିତି ଜଣେ ଲେଖକଙ୍କୁ ଖୋଜୁଥିଲେ ଯିଏ ତାଙ୍କ ବିଚାରରେ ବାଧା ନଦେଇ ଲଗାତାର ଲେଖିପାରିବେ |

ଠିକ ଏତିକିବେଳେ ମହର୍ଷି ବେଦବ୍ୟାସଙ୍କୁ ଗଣେଶଙ୍କ ବିଦ୍ୟା ଓ ଲେଖନୀ କଥା ମନେପଡ଼ିଗଲା | କାରଣ ଗଣେଶ ବିଦ୍ୟା ଓ ଲେଖନୀର ଅଧିପତି | ଶାସ୍ତ୍ରରେ ମଧ୍ୟ ଦୁଃଖ ହର୍ତ୍ତା ଗଣେଶଙ୍କ ଲେଖନୀ ଶକ୍ତିକୁ ଅଦ୍ୱିତୀୟ ବୋଲି ବିଶ୍ୱାସ ରହିଛି | ଗଣେଶଙ୍କ କଥା ମନେପଡିବ ପରେ ମହର୍ଷି ବେଦବ୍ୟାସ ଗଣେଶଙ୍କୁ ଅନୁରୋଧ କରିଥିଲେ | ମହର୍ଷିଙ୍କ ଅନୁରୋଧ ରକ୍ଷା କରି ଗଣେଶ ବେଦବ୍ୟାସଙ୍କ ମହାକାବ୍ୟର ଲେଖକ ହେଲେ | ମହର୍ଷି ବେଦବ୍ୟାସଙ୍କ କଥା ଶୁଣିବା ପରେ ମହାଭାରତ ଲେଖିବାକୁ ଗଣେଶ ପ୍ରସ୍ତୁତ ହେଇଗଲେ କିନ୍ତୁ ମହର୍ଷିଙ୍କ ସମ୍ମୁଖରେ ଦୁଇଟି ସର୍ତ୍ତ ରଖିଥିଲେ |

ମହର୍ଷିଙ୍କୁ ଗଣେଶ କହିଲେ ଯେ ମହାଭାରତ ଲେଖକ ତ ହେବେ କିନ୍ତୁ ମହର୍ଷି କ୍ଷଣକ ପାଇଁ ମଧ୍ୟ କାହାଣୀ କହିବା ସମୟରେ ବିଶ୍ରାମ ନେବେ ନାହିଁ | ଯଦି ମହର୍ଷି କ୍ଷଣକ ପାଇଁ ମଧ୍ୟ ବିଶ୍ରାମ ନିଅନ୍ତି ତାହେଲେ ସେ ଲେଖା ଛାଡ଼ିଦେବେ | ଏହାସହ କହିଲେ ପ୍ରତ୍ୟେକ ପଂକ୍ତି କହିବା ପୂର୍ବରୁ ତାଙ୍କୁ ତାର ଅର୍ଥ ବୁଝାଇବାକୁ ପଡ଼ିବ |

ମହର୍ଷି ବେଦବ୍ୟାସ ଗଣେଶଙ୍କ ଦୁଇଟି ସର୍ତ୍ତରେ ରାଜି ହୋଇଥିଲେ | ଗଣେଶଙ୍କ ସର୍ତ୍ତରେ ରାଜି ହେବାପରେ ବେଦବ୍ୟାସ ଏବଂ ଗଣେଶ ସମ୍ନାସାମ୍ନି ବସିଲେ | ମହର୍ଷି ଦ୍ରୁତ ଗଟୁରେ କହିବା ଆରମ୍ଭ କରିଥିଲେ | ଗଣେଶ ମଧ୍ୟ ସେହି ଗତିରେ ଲେଖିବା ଆରମ୍ଭ କରିଥିଲେ |

ମହାଭାରତ ଲେଖନୀ କାର୍ଯ୍ୟ ୩ ବର୍ଷରେ ସମ୍ପୂର୍ଣ୍ଣ ହୋଇଥିଲା ବୋଲି ବିଶ୍ୱାସ ରହିଛି | ଏହି ୩ ବର୍ଷ ମଧ୍ୟରେ ଗଣେଶ ଥରେ ମଧ୍ୟ ମହର୍ଷି ବେଦବ୍ୟାସଙ୍କୁ ରୋକି ନଥିଲେ ଏବଂ ମହାକାବ୍ୟ ଲେଖା ସମ୍ପୂର୍ଣ୍ଣ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.