ସିଲଭର ସ୍କ୍ରିନରେ ଶ୍ରୀଦେବୀଙ୍କ ସର୍ଟ ଷ୍ଟୋରୀ

Published By : Prameya-News7 Bureau | August 13, 2018 IST

ଶ୍ରୀଦେବୀ(୧୯୩୬-୨୦୧୮)ହିନ୍ଦୀ ସିନେମା ଜଗତର ପ୍ରଥମ ମହିଳା ସୁପରଷ୍ଟାର୍‌। ଅଶୀ ଦଶକରୁ ନବେ ଦଶକ ଥିଲା ଶ୍ରୀଦେବୀଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ। ତାମିଲ,ତେଲୁଗୁ,ହିନ୍ଦୀ,ମାଲାୟାଲମ୍‌,କନ୍ନଡ଼ ଭାଷାରେ ନିର୍ମିତ ସିନେମାର ଚର୍ଚ୍ଚିତ ନାୟିକା। ୧୯୬୭ରେ ସେ ପ୍ରଥମେ ତାମିଲ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ।ଶ୍ରୀଦେବୀ ୪ବର୍ଷ ବୟସରୁ ଚାଇଲଡ୍‌ ଆର୍ଟିଷ୍ଟ ଭାବେ ଡେବ୍ୟୁ ଆରମ୍ଭ କରିଥିଲେ। ତାମିଲ ଫିଲ୍ମ ‘କନ୍ଦନ କରୁନାଇ’ରୁ କ୍ୟାରିୟର୍‌ ଆାରମ୍ଭ କରି ତେଲୁଗୁ ସିନେମା ‘ମା ନାନା ନିର୍ଦ୍ଦୋଶୀ’ ଆଦି ସିନେମାରେ ଅଭିନୟ କରିଲା ପରେ ବେଷ୍ଟ୍‌ ଚାଇଲଡ୍‌ ଆର୍ଟିଷ୍ଟ ଭାବେ ଫିଲ୍ମ ଫେୟାର ଆଓ୍ବାର୍ଡ଼ ହାତେଇଥିଲେ।ସେ ମଧ୍ୟ ପୋଖତ ରାଜନୀତିଜ୍ଞ ଜୟଲଲିତାଙ୍କ ସହ ତିରୁମଙ୍ଗଲମ୍‌,କନ୍ଦନ କରୁନାଇ,ଆଦି ପରାଶକ୍ତି ସିନେମାରେ ଅଭିନୟ କରିଛନ୍ତି। ହିନ୍ଦୀ ସିନେମା ‘ରାନୀ ମେରା ନାମ୍‌’ରେ ମଧ୍ୟ ଶିଶୁ କଳାକାର ଭାବେ ବଲିଉଡକୁ ପ୍ରବେଶ କରିଥିଲେ।୧୯୮୩ରେ ‘ହିମ୍ମତଓ୍ବାଲା’ ସିନେମା ମାଧ୍ୟମରେ ପବ୍ଲିସିଟି ନେଲେ।ସେ ବଲିଉଡରେ ୧୯୭୯ରେ ପ୍ରବେଶ କରିଥିଲେ ବି ‘ହିମ୍ମତଓ୍ବାଲା’ରେ ଜିତେନ୍ଦ୍ରଙ୍କ ବିପକ୍ଷରେ ଅଭିନୟ କରି ରାତାରାତି ସୁପରଷ୍ଟାର ପାଲଟିଯାଇଥିଲେ। ଜିତେନ୍ଦ୍ର-ଶ୍ରୀଦେବୀ ଯୋଡ଼ି ବଲିଉଡରେ ୧୯ଟି ସିନେମା ଲଗାତରଭାବେ କରି ଚର୍ଚ୍ଚାରେ ରହିଲେ। ସେମାନଙ୍କ ଫିଲ୍ମ ମଧ୍ୟରେ ଜାନି ଦୋସ୍ତ,ବଳୀଦାନ,ଘର ସଂସାର,ସୋନେ ପେ ସୁହାଗା,ହିମ୍ମତ ଔର ମେହନତ ପ୍ରମୁଖ।ସବୁଠାରୁ ବଡ଼ ମଜାଦାୟକ କଥା ହେଲା ଧର୍ମେନ୍ଦ୍ର ଓ ତାଙ୍କ ପୁଅ ସନ୍ନି ଦେଓଲଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରି ମଧ୍ୟ ଦର୍ଶକଙ୍କ ମନ କିଣିପାରିଥିଲେ। ତାଙ୍କର ଅଭିନୀତ ସିନେମା ଗୁଡ଼ିକ ମଧ୍ୟରେ ନୟା କଦମ୍‌,ମାଷ୍ଟରଜୀ,ଚାନ୍ଦିନୀ,ଚାଲବାଜ,ଲାଡଲା,ଜୁଦାଇ ଆଦି ସୁପରଷ୍ଟାର ଭାବେ ମାନ୍ୟତା ପ୍ରଦାନ କଲା।୩୦୦ରୁ ଉର୍ଦ୍ଧ୍ବ ସିନେମାରେ ଅଭିନୟ କରିଥିବା ଶ୍ରୀଦେବୀଙ୍କୁ ୨୦୧୩ରେ ଭାରତ ସରକାରଙ୍କ ଦ୍ବାରା ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଏତଦ୍‌ବ୍ୟତୀତ ମଧ୍ୟ ନ୍ୟାସନାଲ ଫିଲ୍ମ ଆକ୍ଟ୍ରେସ୍‌ ଭାବେ ପାଇଛନ୍ତି। ସେ କେବଳ ନାୟିକା ନୁହେଁ ପ୍ରଯୋଜିକା ଭାବେ ମଧ୍ୟ ଅନେକ ସିନେମା ନିର୍ମାଣ କରିଛନ୍ତି। ୨୦ ଫେବୃୟାରୀ ୨୦୧୮ରେ ଶ୍ରୀଦେବୀ ସାଉଦି ଆରବରେ ଜଣେ ସଂପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ। କିନ୍ତୁ ସେ ରହୁଥିବା ହୋଟେଲ୍ ରୁମ୍‌ର ବାଥ୍‌ଟବ୍‌ରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.