Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ଟକ୍କର, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା SRH

22/10/2020 at 7:15 PM

ନୂଆଦିଲ୍ଳୀ ୨୨/୧୦: ଗୁରୁବାର ରାଜସ୍ଥାନ ରୟାଲ୍ସ(ଆରଆର) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆରଏଚ୍‌) ମଧ୍ୟରେ ହେବାକୁ ଯାଉଛି ଜୋରଦାର ଟକ୍କର। କର ବା ମର  ପରିସ୍ଥିତିାରେ ଉଭୟ ଟିମ୍‌। ଦୁଇ ଟିମ୍‌ ଭିତରେ ମୁକାବିଲା ଦୁବାଇର ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମ୍‌ରେ ରାତି ୭.୩୦ରୁ ଆରମ୍ଭ ହେବ। ଏହାପୂର୍ବରୁ ଟସ୍‌ ହୋଇସାରିଛି। ଟସ୍‌ ଜିତି ସନ୍‌ରାଇଜର୍ସ ହାଇଦ୍ରାବାଦ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏଭଳି ମୁସ୍‌କିଲ୍‌ ସମୟରେ ଉଭୟ ଦଳର ଯୁବ ଖେଳାଳି ଆଜି ଭଲ ପ୍ରଦର୍ଶନ କରିବାକୁ ଜୋରଦାର ପ୍ରୟାସ କରିପାରନ୍ତି।

ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍‌  ଇଚ୍ଛାକୁ ଜୀବନ୍ତ ରଖିବା ସହ ଆଗାମୀ ୫ଟି ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବ। ବିଜୟ ଜାରି ରଖିବା ସହ ପୂର୍ବ ମ୍ୟାଚ୍‌ ଭଳି ଏହି ମ୍ୟାଚ୍‌ରେ ବିଦେଶୀ ଖେଳାଳି ଭଲ ପ୍ରଦର୍ଶନ କରିବେ ବୋଲି ଟିମ୍‌ ଆଶା ରଖିବ। ଆଇପିଏଲ ଟୁର୍ଣ୍ଣାମେଣ୍ଟ ଅନ୍ତିମ ପର୍ଯ୍ୟାୟ ଆଡ଼କୁ ଅଗ୍ରସର ହେଉଛି। ଏହି ପରିସ୍ଥିତିରେ ଉଭୟ ଟିମ୍‌ ଜିତିବାକୁ ଫୁଲ୍‌ ଦମ୍‌ରେ ପ୍ରୟାସ କରିବେ।

ଦୁଇଟି ମ୍ୟାଚ୍‌ ହାରିବା ପରେ ପୁଣି ବିଜୟ ଧାରାକୁ ଫେରିଥିବା ରାଜସ୍ଥାନ ରୟାଲ୍ସ ଏସଆରଏଚ୍‌ ବିପକ୍ଷରେ ମ୍ୟାଚ୍‌ ଜିତିବାକୁ ପୂରା ପ୍ରୟାସ କରିବ। ସେପଟେ ଆଜିର ମ୍ୟାଚ୍‌ରେ ରାଜସ୍ଥାନକୁ ଭଲ ପାର୍ଟନରସିପ୍‌ର ଆବଶ୍ୟକତା  ରହିଛି।

ରାଜସ୍ଥାନ ରୟାଲ୍ସ (ପ୍ଲେଇଂ ଇଲେଭେନ୍‌)- ବେନ୍‌ ଷ୍ଟୋକ୍ସ, ରବିନ ଉତ୍ଥାପା, ସଞ୍ଜୁ ସାମସନ୍, ଷ୍ଟିଭ୍ ସ୍ମିଥ, ​‌ ଜୋସ୍‌ ବଟଲର୍‌, ରିୟାନ୍‌ ପରାଗ, ରାହୁଲ ତିଓ୍ବତିଆ, ଜୋଫ୍ରା ଆର୍ଚର, ଶ୍ରେୟଶ୍‌ ଗୋପାଳ, ଅଙ୍କିତ ରାଜପୁତ ଓ କାର୍ତ୍ତିକ ତ୍ୟାଗି।  

ସନରାଇଜର୍ସ ହାଇଦ୍ରାବାଦ (ପ୍ଲେଇଂ ଇଲେଭେନ୍‌)- ଡେଭିହ ଓାର୍ଣ୍ଣର, ଜନି ବେୟରୋସ୍ଟୋ, ମନୀଷ ପାଣ୍ଡେ, , ପ୍ରିୟମ ଗର୍ଗ, ଅବ୍ଦୁଲ ସମଦ, ବିଜୟ ଶଙ୍କର, ରଶିଦ ଖାନ, ଜେସନ୍‌ ହୋଲ୍ଡର, ସନ୍ଦିପ ଶର୍ମା , ଟି ନଟରାଜନ୍‌, ଶେହନବାଜ ନାଦିମ

   Related Posts