Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଫେଲ୍ ମାରିଲେ ଚେନ୍ନାଇ ବ୍ୟାଟସମ୍ୟାନ୍, ୭ ରନରେ ଜିତିଲା ହାଇଦ୍ରାବାଦ୍

2/10/2020 at 11:34 PM

ଦୁବାଇ, ୦୨ ।୧୦: ଆଇପିଏଲରେ ଶୁକ୍ରବାର ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ହାଇଦ୍ରାବାଦ୍ ବିଜୟଲାଭ କରିଛି । ଚେନ୍ନାଇ ୭ ରନରେ ହାଇଦ୍ରାବାଦଠୁ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୫ ଓ୍ୱିକେଟ୍ ହରାଇ ୧୬୪ ରନ୍ କରିଥିଲା । ଏହାସହ ୧୬୫ ରନର ଟାର୍ଗେଟକୁ ପିଛା କରୁଥିବା ଚେନ୍ନାଇ ୧୫୭ ରନରେ ଅଟକି ଯାଇଥିଲା ।

ଆଜିର ମ୍ୟାଚରେ ଟସ୍ ଜିତିଥିଲା ହାଇଦ୍ରାବାଦ । ଏହାସହ ପ୍ରଥମେ ବ୍ୟାଚିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଓପନିଂରେ ଓହ୍ଲାଇଥିଲେ ଡେଭିଡ୍ ଓ୍ୱାର୍ଣ୍ଣର ଓ ଜନି ବେୟରେଷ୍ଟୋ । ତେବେ ବେୟରୋଷ୍ଟୋ କୌଣସି ରନ୍ ନକରି ପ୍ୟାଭିଲିୟନ ଫେରିଥିଲେ । ପରେ ବ୍ୟାଟିଂ କରିବାକୁ ଆସି ମନିଷ ପାଣ୍ଡେ ମଧ୍ୟ ସଅଳ ଆଉଟ ହୋଇଥିଲେ । ସେ ୨୯ ରନ୍ କରିଥିଲେ । ତେବେ ଶେଷ ଆଡକୁ ପ୍ରିତମ ଗର୍ଗ ୨୬ ବଲରୁ ଦ୍ରୁତ ୫୧ ରନ୍ ଓ ଅଭିଷେକ ଶର୍ମା ୨୪ ବଲରରୁ ଦ୍ରୁତ ୩୧ ରନ୍ ସଂଗ୍ରହ କରିଥିଲେ । ଫଳରେ ସ୍କୋର ୧୬୪ ଯାଏଁ ପହଁଚିଥିଲା । ସେହିପରି ଚେନ୍ନାଇ ପକ୍ଷରୁ ଦୀପକ ଚହର ଓ ସର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ପିୟୁଷ ଚାଓ୍ୱଲା ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

୧୬୫ ରନର ପିଛା କରୁଥିବା ଚେନ୍ନାଇ ୧୫୭ ରନରେ ଅଟକି ଯାଇଥିଲା । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ରବିନ୍ଦ୍ର ଜାଡେଜାଙ୍କ ବ୍ୟତୀତ କୌଣସି ବ୍ୟାଟସମ୍ୟାନ୍ ଦଳକୁ ବିଜୟ ଦେଲା ଭଳି ଇନିଂସ ଖେଳିନଥିଲେ ।୫୦ ରନ୍ କରିଥିଲେ । ଫାପ୍ ଡୁପ୍ଲେସିସ୍ ୨୨, ମହେନ୍ଦ୍ର ସିଂ ଧୋନୀ ୪୭ ରନ୍ କରିଥିଲେ ।

ତେବେ ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଦୁଇଟି, ଅବ୍ଦୁଲ ସାମଦ, ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

   Related Posts