Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଓ୍ୱିକେଟ୍ ନେଲେ ରଶିଦ ଖାନ, ଖୁସିରେ ଆତ୍ମହରା ହୋଇଗଲେ ଏହି ରହସ୍ୟମୟୀ ଯୁବତୀ : ଜାଣନ୍ତୁ ‘ମିଷ୍ଟ୍ରୀ ଗାର୍ଲ’ କିଏ ?

12/04/2021 at 8:40 AM

ଚେନ୍ନାଇ, ୧୨।୦୪:  ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ସନରାଇର୍ସ ହାଇଦ୍ରାବାଦକୁ ୧୦ ରନରେ ପରାସ୍ତ କରିଛି । ଚେନ୍ନାଇରେ ଖେଳାଯାଇଥିବା ଏହି ମୁକାବିଲାରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ  କରିଥିଲା । ନୀତିଶ ରାଣା ଓ ରାହୁଲ ତ୍ରିପାଠୀ ଅର୍ଦ୍ଧଶତକ ବଳରେ କେକେଆର ୨୦ ଏଭରରେ ୬ ଓ୍ୱିକେଟ୍ ହରାଇ ୧୮୭ ରନ୍ କରିଥିବା । ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୫ ଓ୍ୱିକେଟ୍ ହରାଇ ୧୭୭ ରନ୍ କରିପାରିଥିଲା ।

ହାଇଦ୍ରାବାଦ ହାରିବା ପରେ ତାର ପ୍ରଶଂସକମାନେ ନିରାଶ ହୋଇଛନ୍ତି ।କିନ୍ତୁ ଏପରି କିଛି ସୁଯୋଗ ଆସିଥିଲା ଯେତେବେଳେ ଫ୍ୟାନ୍‌ମାନେ ଖୁସି ମନାଉଥିଲେ । ହାଇଦ୍ରାବାଦ ବୋଲିଂ ବେଳେ ଷ୍ଟାର ସ୍ପିନର ରଶିଦ ଖାନଙ୍କ ଜଲଓ୍ୱା ଦେଖିବାକୁ ମିଳିଥିଲା । ସେ କେକେଆରକୁ ପ୍ରଥମ ଝଟକା ଦେଇଥିଲେ । ରଶିଦ ଖାନ ଓପନର ଶୁଭମନ ଗିଲଙ୍କୁ ପ୍ୟାଭିଲିୟନ ପଠାଇଥିଲେ ।

ରଶିଦ ଓ୍ୱିକେଟ୍ ନେବା ପରେ ତାଙ୍କ ପ୍ରଶଂସକମାନେ ଝୁମି ଉଠିଥିଲେ । ଏହି ଫ୍ରାଞ୍ଚାଇଜିରେ ମିଷ୍ଟ୍ରୀ ଗାର୍ଲ ବା ରହସ୍ୟମୟୀ ମହିଳା ଭାବେ ପରିଚୟ ପାଇଥିବା କାବ୍ୟା ମାରନ ମଧ୍ୟ ସାମିଲ ଥିଲେ । ରଶିଦ ଓ୍ୱିକେଟ୍ ନେବା ପରେ ଷ୍ଟାଡିୟମରେ ଥିବା କାବ୍ୟା ଖୁସିରେ ନାଚି ପକାଇଥିଲେ । ଯାହା ସ୍କ୍ରିନରେ ନଜର ଆସିଥିଲା । ସୂଚନାଯୋଗ୍ୟ, କାବ୍ୟ ହାଇଦ୍ରାବାଦର ସିଇଓ ଅଟନ୍ତି । ୨୦୨୧ ନିଲାମରେ ତାଙ୍କୁ ଦେଖିବାକୁ ମିଳିଥିଲା ।

କାବ୍ୟାଙ୍କୁ କ୍ରିକେଟ ବହୁତ ପସନ୍ଦ । ଏହାସହ ସେ  ଟିମ୍‌ର ଅନେକ କାମ୍ ମଧ୍ୟ ସମ୍ଭାଳିଥାନ୍ତି । ସେ ପ୍ରଥମ ଥର ଆଇପିଏଲ ୨୦୧୮ରେ ନଜର ଆସିଥିଲେ । ସେ ଚେନ୍ନାଇରେ ଏମବିଏ କରିଥିବା ବେଳେ ଏବେ ତାଙ୍କର ପୁରା ଫୋକସ୍ ଆଇପିଏଲ ଉପରେ ରହିଛି ।

   Related Posts