Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !

27/11/2021 at 11:43 AM

ନୂଆଦିଲ୍ଲୀ,୨୭/୧୧:  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା କାନପୁର ଟେଷ୍ଟରେ ଶ୍ରେୟସ ଆୟର ଦମଦାର ବ୍ୟାଟିଂ କରିଛନ୍ତି । ସେ ଶତକ ହାସଲ କରି ସମସ୍ତଙ୍କ ନଜରକୁ ଆସିଛନ୍ତି । ଆସନ୍ତା ନଭେମ୍ବର ୩୦ ମଧ୍ୟରେ ସମସ୍ତ ଆଇପିଏଲ ଟିମ୍ ରିଟେନ୍ କରିଥିବା ଖେଳାଳିଙ୍କ ତାଲିକା ପ୍ରକାଶ କରିବେ । ଶ୍ରେୟସ ଆୟର ମଧ୍ୟ ଏଥର ନିଲାମ ପ୍ରକ୍ରିୟାରେ ଭାଗ ନେଇପାରନ୍ତି ।

ଦି ଟେଲିଗ୍ରାଫର ରିପୋର୍ଟ ଅନୁସାରେ, ଶ୍ରେୟସଙ୍କୁ ଲକ୍ଷ୍ନୌ ଓ ଅହମ୍ମଦାବାଦ ଟିମ୍ ଯୋଗାଯୋଗ କରିଛନ୍ତି । ସେ ଦିଲ୍ଲୀ କ୍ୟାପିଟାଲ୍ସକୁ ମଧ୍ୟ ଦଳ ଛାଡିବା ନେଇ ସୂଚନା ଦେଇ ସାରିଛନ୍ତି । ଏପରିକି ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ସାମିଲ କରିବାକୁ ଲକ୍ଷ୍ୟ ରଖିଛି । ଶ୍ରେୟସ ମୁମ୍ବାଇରୁ ଆସିଛନ୍ତି । ଭବିଷ୍ୟତକୁ ନଜରରେ ରଖି ମୁମ୍ବାଇକୁ ଭଲ ଅଧିନାୟକ ମିଳିପାରିବ ।

ସେହିପରି କେଏଲ ରାହୁଲ ପଞ୍ଜାବ କିଙ୍ଗ୍ସ ସହ ସମ୍ପର୍କ ଶେଷ କରିପାରନ୍ତି । ସେ ଲକ୍ଷ୍ନୌ ଟିମ୍ ସହ ସାମିଲ ହେବା ନେଇ ସୂଚନା ମିଳିଛି । ରାହୁଲଙ୍କ ବ୍ୟତୀତ ଶିଖର ଧାଓ୍ୱନ ମଧ୍ୟ ଲକ୍ଷ୍ନୌ ଟିମରେ ଖେଳିପାରନ୍ତି । ଅହମ୍ମଦାବାଦ ଟିମ୍ ମଧ୍ୟ ଏହି ଦୁଇଜଣଙ୍କ ଉପରେ ନଜର ରଖିଛି ।

ସେହିପରି କୋଲକାତା ନାଇଟରାଇଡର୍ସ ଟିମ୍ ସୁନିଲ ନରେନ୍ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ରଖିବ । ଭେଙ୍କଟେଶ ଆୟରଙ୍କୁ ନେଇ ବିଚାର ଚାଲିଛି । ଶୁଭମନ ଗିଲ୍ ଓ ଆନ୍ଦ୍ରେ ରସେଲଙ୍କୁ ମଧ୍ୟ ଦଳ ରଖିପାରେ ।

ସୂଚନାଯୋଗ୍ୟ, ଆଇପିଏଲ ୨୦୨୨ ପୂର୍ବରୁ ମେଗା ଅକ୍ସନ ହେବ । ଆଇପିଏଲର ସବୁ ଟିମ୍ ୪ ଖେଳାଳିଙ୍କୁ ରିଟେନ୍ କରିପାରିବେ । ଏଥିରେ ୩ ଜଣ ଭାରତୀୟ ଓ ୨ଜଣ ବିଦେଶୀ ଖେଳାଳି ରହିବେ । ୪ ଖେଳାଳିଙ୍କୁ ରିଟେନ୍ କରିବା ଖର୍ଚ୍ଚ ୪୨ କୋଟି ହେବ । ତେବେ ଖେଳାଳି କିଣିବା ପାଇଁ ପ୍ରତ୍ୟେକ ଦଳ ସର୍ବାଧିକ ୯୦ କୋଟି ଟଙ୍କା ଖର୍ଚ୍ଚ କରିପାରିବେ ।

   Related Posts