ଭୁବନେଶ୍ବର ସିଟି ଫେଷ୍ଟିଭାଲରେ ଶ୍ରେୟା ଘୋଷାଲ ଦେଖାଇଲେ ସ୍ବରର ଯାଦୁ, କହିଲେ ଜଗନ୍ନାଥ ଦର୍ଶନ ପାଇଁ ପୁଣି ଆସିବି ଓଡିଶା
9/12/2018 at 4:18 PM

ଭୁବନେଶ୍ବର ୯|୧୨: ହକି ବିଶ୍ବ ପରିପ୍ରେକ୍ଷୀରେ ଭୁବନେଶ୍ବରରେ ଆୟୋଜିତ ସିଟି ଫେଷ୍ଟିଭାଲରେ ଶନିବାର ଶ୍ରେୟା ଘୋଷାଲଙ୍କ କଣ୍ଠର ଜାଦୁ ସମସ୍ତଙ୍କୁ ବିଭୋର କରିଥିଲା । । ଜାଦୁ ହେ ନସା ହେ, ତୁଝମେ ରବ ଦିଖାତେ ହେ ଭଳି ଏକ ଶେ ବଡ଼ କେ ଏକ ଗୀତ । ଶୀତୁଆ ସନ୍ଧ୍ୟାରେ ଶ୍ରେୟାଙ୍କ ଗୀତରେ ବେଶ ଝୁମିଥିଲେ ଦର୍ଶକ । ପ୍ରଦର୍ଶନୀ ପଡ଼ିଆଠାରେ ଉତ୍ସବ ଥିଲା ପୁରା ହାଉସଫୁଲ । ଉତ୍ସାହିତ ଦର୍ଶକଙ୍କୁ ଦେଖି ଶ୍ରେୟା ବି ଭେଟି ଦଉଥିଲେ ଗୋଟିଏ ପରେ ଗୋଟିଏ ଗୀତ । ସେପଟେ ସେ ଓଡ଼ିଶାକୁ ବେଶଭଲ ପାଆନ୍ତି ବୋଲି କହିବା ସହ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁଣି ଓଡିଶା ଆସିବେ ବୋଲି କହିଥିଲେ । ନିଆରା ଢଂଗରେ ଗୀତ ଗାଇ ସେ ହକି ଟିମକୁ ଶୁଭେଛା ଜଣାଇଥିଲେ। ଏଭଳି ଏକ ଆୟୋଜନ ପାଇଁ ଓଡିଶା ସରକାର ଓ ପର୍ଯ୍ୟଟନ ବିଭାଗକୁ ବଧେଇ ଜଣାଇବାକୁ ଭୁଲିନଥିଲେ ଶ୍ରେୟା।
