କ୍ରିକେଟକୁ ଫେରିବେ ଏସ୍ ଶ୍ରୀସନ୍ଥ, କେରଳ ଟିମରେ ମିଳିଲା ସ୍ଥାନ

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ ୧୫/୧୨ : ଭାରତର ପୂର୍ବତନ ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ ଦୀର୍ଘ ସମୟ ପରେ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବା ନିକଟତର ହୋଇଛନ୍ତି । ସେ ସୟଦ ମୁସ୍ତାକ୍ ଅଲ୍ଲୀ ଟ୍ରଫି ଟି –ଟ୍ବେଣ୍ଟି ଟୁର୍ନାମେଣ୍ଟ ପାଇଁ କେରଳର ୨୬ ଜଣିଆ ଟିମ ତାଲିକାରେ ସ୍ଥାନ ପାଇଥିବା ସୂଚନା ମିଳିଛି । ଶ୍ରୀସନ୍ତଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମ୍ୟାଚ୍ ଫିକ୍ସିଂ ମାମଲାରେ ବିସିସିଆଇ ବାସନ୍ଦ କରିଥିଲା । ମଙ୍ଗଳବାର ଦିନ ପ୍ରକାଶ ପାଇଥିବା କେରଳ ଟିମ ତାଲିକାରେ ୩୭ ବର୍ଷୀୟ ଶ୍ରୀସନ୍ଥଙ୍କ ବ୍ୟତୀତ ସଞ୍ଜୁ ସାମସନ, ସଚିନ୍ ବେବି, ଜଲଜ୍ ସାକ୍ସେନା, ରବିନ୍ ଉଥାପ୍ପା ଏବଂ ବେସିଲ ଥାମ୍ପି ଭଳି ଅଭିଜ୍ଞ ଖେଳାଳି ଅଛନ୍ତି ।

{"id":377906,"width":578,"height":333,"sizeSlug":"large","linkDestination":"none"}

ଚଳିତ ବର୍ଷ ସେପ୍ଟେମ୍ବରରେ ଶ୍ରୀସନ୍ଥଙ୍କ ନିଷେଧାଦେଶ ଶେଷ ହୋଇଥିଲା । ସୂଚନାନୁସାରେ, ଡିସେମ୍ବର ୨୦ ରୁ ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେ ଭାଗନେବେ ।  ଏହାପୂର୍ବରୁ ସେ କେରଳ କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ଟି -୨୦ ସିରିଜରେ ଏକ ଦଳ ପାଇଁ ମନୋନୀତ ହୋଇଥିଲେ ।

{"id":377907,"sizeSlug":"large","linkDestination":"none"}

୨୦୧୧ ମସିହାରେ ଶେଷଥର ପାଇଁ ଭାରତ ପକ୍ଷରୁ ଖେଳିଥିଲେ ଶ୍ରୀସନ୍ଥ । ୨୦୦୭ ଟି-ଟ୍ବେଣ୍ଟି ବିଶ୍ବକପ ଏବଂ ୨୦୧୧ ବିଶ୍ବକପ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ ଏସ୍ ଶ୍ରୀସନ୍ଥ । ତେବେ ବାସନ୍ଧାଦେଶ ଉଠିବା ପରେ ସେ ପୁଣି ଥରେ ଅନ୍ତଃଜାତୀୟ କ୍ରିକେଟକୁ ଫେରିବା ନେଇ ଆଶା ରଖିଛନ୍ତି ଶ୍ରୀସନ୍ଥ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.