ପୂର୍ବତନ ଭାରତୀୟ ବୋଲର ଶ୍ରୀସନ୍ଥ କରୁଥିଲେ ଏହି ଅଭିନେତ୍ରୀମାନଙ୍କ ସହ ଡେଟିଂ…ମ୍ୟାଚ୍ ପିକ୍ସିଂ ମାମଲାରେ ଫସି କ୍ରିକେଟ କ୍ୟାରିଅର ହୋଇଥିଲା ବରବାଦ
5/01/2019 at 10:44 AM

ମୁମ୍ବାଇ୫|୧: ଟେଲିଭିଜନର ବିବାଦିତ ସୋ ବିଗ ବସ ୧୨ର ପ୍ରତିଯୋଗୀଙ୍କ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଭିତରେ ବିଶେଷ ଆଗ୍ରହ ରହିଛି । ବହୁ ପ୍ରତିକ୍ଷୀତ ବିଗ ବସ ସିଜନ-୧୨ର ୱିନର ଦିପୀକା କକ୍କଡ ଓ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳିଙ୍କ ମଧ୍ୟରେ ଟକ୍କର ଚାଲିଥିଲା । ହେଲେ ଶ୍ରୀସନ୍ଥଙ୍କୁ ମାତ ଦେଇ ଦିପିକା ଟାଇଟଲ ଜିତିଛନ୍ତି। ମ୍ୟାଚ ଫିକ୍ସିଂ ପରେ ବିଗ ବସ ୧୨ରେ ପ୍ରତିଯୋଗୀ ରୂପେ ଭାଗ ନେଇଥିବା ଶ୍ରୀସନ୍ଥ କିନ୍ତୁ ଆହୁରି ବିବିନ୍ନ ବିଷୟ ପାଇଁ ଏବେ ବହୁତ ଚର୍ଚ୍ଚିତ।

୨୦୧୩ ମସିହାରେ ଶ୍ରୀସନ୍ଥଙ୍କ ବିବାହ ଭୁବନେଶ୍ୱରୀ କୁମାରୀଙ୍କ ସହ ହୋଇଥିଲା। କିନ୍ତୁ ଭୁବନେଶ୍ୱରୀଙ୍କୁ ବିବାହ ପୂର୍ବରୁ ୫ ଅଭିନେତ୍ରୀଙ୍କ ସହ ଡେଟ କରୁଥିଲେ ଶ୍ରୀସନ୍ଥ । ଜାଣନ୍ତୁ ପୂର୍ବତନ କ୍ରିକେଟ ଖେଳାଳୀଙ୍କ ଡେଟିଂ ଲିଷ୍ଟ।

ଶ୍ରୀୟା ସରନ
ସାଉଥର ବହୁ ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୀୟା ସରନ ଏବେ ବଲିଉଡରେ ମଧ୍ୟ ତାଙ୍କ କ୍ୟାରିଅର ଆରମ୍ଭ କରିଛନ୍ତି। ୨୦୦୮ରେ ଶ୍ରୀସନ୍ଥ ଶ୍ରୀୟାଙ୍କ ପ୍ରେମ ନେଇ ବେଶ ଚର୍ଚ୍ଚା ଚାଲିଥିଲା। ଶ୍ରୀୟାଙ୍କର ପ୍ରଡକ୍ଟ ସୁଟିଂ ଚାଲିଥିଲା ବେଳେ ଶ୍ରୀସନ୍ଥ ତାଙ୍କୁ ଦେଖିଥିଲେ। ଉଭୟଙ୍କୁ ଗୋଟେ ପ୍ରଡକ୍ଟ ପାଇଁ ବ୍ରାଣ୍ଡ ଏମ୍ବାସେଡର ବଛା ଯାଇଥିଲା। ସୁଟିଂ ସେଟରେ ବନ୍ଧୁତାରେ ଆରମ୍ଭ ହୋଇଥିବା ସଂମ୍ପର୍କ ପ୍ରମରେ ବଦଳିଥିଲା। କିନ୍ତୁ ହଠାତ୍ କିଛି କାରଣ ପାଇଁ ଶ୍ରୀୟା ଓ ଶ୍ରୀସନ୍ଥ ବ୍ରେକଅପ ହୋଇଥିଲା।

ରିୟା ସେନ
ବଲିଉଡ ଅଭିନେତ୍ରୀ ରିୟା ସେନ ନିଜ କ୍ୟାରିଅରରେ ଅଧିକ ଲୋକପ୍ରିୟତା ହାସଲ କରିନାହାନ୍ତି। ଅଧିକାଂଶ ସିନେମାରେ ସେ ପାର୍ଶ୍ବ ଅଭିନେତ୍ରୀ ଭାବେ କାମ କରିଛନ୍ତି। ଶ୍ରୀସନ୍ଥ ରିୟାଙ୍କୁ ଫିଲ୍ମ ସେଟରେ ଭେଟିଥିଲେ। ଗୋଟେ ପ୍ରଜେକ୍ଟରେ ଦୁହେଁ କାମ କରୁଥିଲେ। ଉଭୟ ମିଶି ଅନେକ ଏଡ୍ ଏବଂ ପ୍ରଡକ୍ଟ ଲଞ୍ଚର ସୁଟିଂ ମଧ୍ୟ କରିଥିଲେ। ଉଭୟଙ୍କର ଭଲ ପାଇବା ଏତେ ବଢିଯାଇଥିଲା ଯେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। କିନ୍ତୁ କିଛି ଦିନ ମଧ୍ୟରେ ଶ୍ରୀସନ୍ଥ ଓ ରିୟା ଅଲଗା ହୋଇଥିଲେ।

ସୁରଭିନ ଚାଉଲା
ଫିଲ୍ମ ହେଟ ସ୍ଟୋରୀ ୨ରୁ ସୁରଭିନ ନିଜ କ୍ୟାରିଅରର ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ସୁରଭିନ ତାଙ୍କ ହଟ ଲୁକ ପାଇଁ କିଛି ଦିନ ଲାଗି ବେଶ ଚର୍ଚ୍ଚାରେ ଥିଲେ। ଶ୍ରୀସନ୍ଥ ଓ ସୁରଭିନଙ୍କ ଦେଖା ସାକ୍ଷାତ ଡ୍ୟାନ୍ସ ସୋରେ ହୋଇଥିଲା। ଏହି ଡ୍ୟାନ୍ସ ସୋ ରେ ଉଭୟଙ୍କ ଯୋଡି କରାଯାଇଥିଲା। ଡ୍ୟାନ୍ସ ସୋ ସରିବାର ଗୋଟେ ବର୍ଷ ପରେ ଉଭୟ ପରସ୍ପରଙ୍କ ଠାରୁ ଅଲଗା ହୋଇଥିଲେ।

ଶହନାଜ
ବଲିଉଡ ଅଭିନେତ୍ରୀ ଶହନାଜ ନିଜ କ୍ୟାରିଅର, ଫିଲ୍ମ ରକେଟ ସିଂ ରୁ ଆରମ୍ଭ କରିଥିଲେ। ଅନେକ ବଲିଉଡ ସିନେମାରେ ଶହନାଜ ଛୋଟ ଭୂମିକାରେ କାମ କରିଛନ୍ତି। ଏହା ଛଡା ସେ ଆଇଟମ ଗୀତ ମଧ୍ୟ କରିଛନ୍ତି। ଶ୍ରୀସନ୍ଥ ଓ ଶହନାଜ ନିବିଡ ସଂମ୍ପର୍କରେ ଥିଲେ। ଉଭୟଙ୍କୁ ଏକାଠି ବୁଲାବୁଲି କରିବା ବହୁ ସମୟରେ ଦେଖାଯାଉଥିଲା। କିନ୍ତୁ ଖୁବ ଶୀଘ୍ର ଅଲଗା ମଧ୍ୟ ହୋଇଥିଲେ ଏହି ପ୍ରେମି ଯୁଗଳ।

ଲକ୍ଷ୍ମୀ ରାୟ
ଲକ୍ଷ୍ମୀ ରାୟସାଉଥ ଇଂଣ୍ଡଷ୍ରିର ଲକ୍ଷ୍ମୀ ରାୟ ତାଙ୍କ ଅଭିନୟ ପାଇଁ ବେଶ ଚର୍ଚ୍ଚିତ। ଲକ୍ଷ୍ମୀଙ୍କୁ ହିନ୍ଦୀ ଭାଷା ଆସୁନଥିବାରୁ ସେ ଶ୍ରୀସନ୍ଥଙ୍କ ସହ ମିଳିମିଶି କାମ କରୁଥିଲେ। ଶ୍ରୀସନ୍ଥ ସାଉଥ ଇଂଡିଆନ ହୋଇଥିବାରୁ ଉଭୟଙ୍କ ଯୋଡି ଖୁବ ଜମୁଥିଲା। ଆଇପିଏଲର ଅନେକ ମ୍ୟାଚରେ ଲକ୍ଷ୍ମୀଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା।