Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ସ୍ନାନ ମଣ୍ଡପ

23/06/2018 at 7:31 AM

ଶ୍ରୀଜଗନ୍ନାଥ ମନ୍ଦିରରେ ରହିଥିବା ମଣ୍ଡପମାନଙ୍କ ମଧ୍ୟରୁ ସ୍ନାନ ମଣ୍ଡପ ଅନ୍ୟତମ | ଜ୍ୟେଷ୍ଠ ମାସ ପୁର୍ଣିମା ତିଥିରେ ଶ୍ରୀଜିଉଙ୍କର ସ୍ନାନ ଯାତ୍ରା ଏହି ମଣ୍ଡପରେ ଅନୁଷ୍ଠିତ ହୋଇଥାଏ | ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ବ ଉତ୍ତର କୋଣରେ କୁର୍ମ ବେଢା ବାହାର ପଟେ, ଆନନ୍ଦ ବଜାର ଓ ମେଘନାଦ ପାଚେରୀକୁ ଲାଗିକରି ଏହି ସ୍ନାନ ମଣ୍ଡପ ରହିଛି | ସ୍ନାନ ପୁର୍ଣିମା ଅବସରରେ ଚତୁର୍ଦ୍ଧା ଦାରୁ ବିଗ୍ରହ ବର୍ଷରେ ଗୋଟିଏ ଦିନ ଏହି ମଣ୍ଡପରେ ଜଳସ୍ନାନ କରିଥାନ୍ତି | ସ୍ନାନ ମଣ୍ଡପରେ ଦୈର୍ଘ୍ୟ ପ୍ରସ୍ଥ ୩୫ ଫୁଟ | ଠାକୁରମାନେ ବସିବା ନିମନ୍ତେ ମଣ୍ଡପ ଉପରେ ସିଂହାସନ ନିର୍ମାଣ କରାଯାଇଛି | ଖୁବ ଉଚ୍ଚ ହୋଇଥିବାରୁ ସିଂହଦ୍ୱାର ସମ୍ମୁଖରୁ ହେଇ କିମ୍ବା ଶ୍ରୀ ନଅର ପର୍ଯ୍ୟନ୍ତ ବିସ୍ତୃତ ବଡଦାଣ୍ଡର ଯେକୌଣସି ସ୍ଥାନରୁ ମଣ୍ଡପଟି ସ୍ପଷ୍ଟ ଦେଖାଯାଇଥାଏ | ବର୍ଷରେ ଗୋଟିଏ ଦିନ ସ୍ନାନ ପୁର୍ଣିମା ଦିନ ଠାକୁର ମାନଙ୍କର ମଙ୍ଗଳ ଆଳତି ଠାରୁ ଆରମ୍ଭ କରି ଅବକାଶ, ବେଶ ଧୂପ ପ୍ରଭୃତି ନୀତି ସ୍ନାନ ମଣ୍ଡପରେ ଅନୁଷ୍ଠିତ ହୋଇଥାଏ | ସ୍ନାନ ମଣ୍ଡପ ନିର୍ମାଣ ପୂର୍ବରୁ ଏହି ମଣ୍ଡପ ଥିବା ସ୍ଥାନରେ ଏକ ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ଠାକୁରମାନଙ୍କୁ ବିଜେ କରାଇ ସ୍ନାନ ଯାତ୍ରାର ଆୟୋଜନ କରାଯାଉଥିଲା | ସ୍ନାନ ମଣ୍ଡପ ବା ସ୍ନାନ ବେଦିରେ ମହାପ୍ରଭୁଙ୍କର ଆକର୍ଷଣୀୟ ଗଜାନନ ବା ଗଡବେଦନ ବେଶ ଅନୁଷ୍ଠିତ ହୋଇଥାଏ | ଏହି ବେଶକୁ ଅନେକେ ହାତୀବେଶ ବୋଲି ମଧ୍ୟ କହିଥାନ୍ତି | ଠାକୁରଙ୍କ ଧୂପ ମଣୋହିରେ ଏକ ବ୍ୟତିକ୍ରମ ସ୍ନାନ ମଣ୍ଡପରେ ଦେଖାଯାଏ | ସାରା ବର୍ଷ ଠାକୁରଙ୍କ ଧୂପ ମଣୋହି ପୋଖରିଆ ଅଥବା ଭୋଗ ମଣ୍ଡପରେ ଠାକୁରଙ୍କ ସମ୍ମୁଖ ଭାଗରେ ରଖି କରାଯାଉଥିବା ବେଳେ ସ୍ନାନ ପୁର୍ଣିମା ଦିନ ବିଗ୍ରହଙ୍କର ଚତୁର୍ପାଶ୍ୱରେ ଅର୍ଥାତ ମଣ୍ଡପର ଚାରିପଟେ ବଢାଯାଇଥାଏ | ନୂଆକରି ସୁଧାର ବଡୁ ଭାବରେ ଯୋଗଦେବାକୁ ଥିବା ସୁଧାର ସେବକମାନେ ସ୍ନାନ ମଣ୍ଡପକୁ ପ୍ରଥମ କରି ପାଳିଖଟି ଛେକ ବୋହିଥାନ୍ତି | ମହାରାଜା କପିଳେନ୍ଦ୍ରଦେବଙ୍କ ସମୟରେ ସ୍ନାନ ମଣ୍ଡପର ନିର୍ମାଣ କରାଯାଇଥିଲା |

   Related Posts