Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

SRCଙ୍କ ବାତ୍ୟା ଅପଡେଟ୍: କାଲି ସକାଳେ ଏହି ସମୟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’, ୪ ମିଟର ଉଚ୍ଚର ଜୁଆର ଉଠିବ, ୫୨ NDRF ଟିମ୍ ପ୍ରସ୍ତୁତ

25/05/2021 at 7:28 PM

ଭୁବନେଶ୍ଵର ୨୫।୦୫:  ବିକଟାଳ ରୂପ ଧରି ଘଣ୍ଟା ପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ୟାସ୍। ଧାମରା ପାଖରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ। ୨୬ ତାରିଖ ଭୋର ସକାଳ ସୁଦ୍ଧା ଧାମରା ପାଖରେ କେନ୍ଦ୍ରୀଭୂତ ହେବ। ଧାମରାର ଉତ୍ତରକୁ ଓ ବାଲେଶ୍ଵରର ଦକ୍ଷିଣ ସ୍ଥଳଭାଗ ଦେଇ ବାତ୍ୟା ଅତିକ୍ରମ କରିବ।ବାତ୍ୟାର ଆଖି ଧାମରା ଓ ବାଲେଶ୍ଵର ଭିତର ଅତିକ୍ରମ କରିବ।

ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି, ଆକଳନ ଅନୁସାରେ କାଲି ଭୋରରୁ ସକାଳ ୮/୯ଟା ଭିତରେ ବାତ୍ୟା ଲ୍ୟାଣ୍ଡଫଲ କରିବ। ବାତ୍ୟା ଦିନ ସାରା ରହି ସନ୍ଧ୍ୟା ସୁଦ୍ଧା ଓଡିଶା ସୀମା ଅତିକ୍ରମ କରିବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୮୫ କିମି ରହିବାର ସମ୍ଭାବନା ରହିଛି। ଆଜି ରାତି ୯ଟା ପରଠୁ ପବନର ବେଗ ଧିରେ ଧିରେ ବଢିବ। ଲ୍ୟାଣ୍ଡଫଲ ସ୍ଥାନରେ ୪ ମିଟରର ଉଚ୍ଚ ଜୁଆର ଉଠିବ। କାଲି ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ। ଏ ଯାଏ ଅଢେଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରାତି ୯ଟା ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରଭାବିତ ଜିଲ୍ଲାରେ ୩୫୦୦ ଆସନ୍ନ ପ୍ରସବା ଥିବା ଚିହ୍ନଟ  ହୋଇଥିଲେ। ସେଥିରୁ ୪୦୦ରୁ ଅଧିକ ପ୍ରସୂତୀ ଶିଶୁ ଜନ୍ମ ଦେଇ ସାରିଥିବା ସୂଚନା ମିଳିଛି। ଅନ୍ୟମାନଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯିବାର ପ୍ରକ୍ରିୟା ଚାଲିଛି। ପ୍ରଭାବିତ ଜିଲ୍ଲାର ସମସ୍ତ ସାର୍ବଜନୀନ କୋଠା ଖୋଲା ରଖାଯିବ। କୌଣସି କାରଣରୁ ସ୍ଥାନାନ୍ତରଣ  ହୋଇନଥିଲେ ଉକ୍ତ କୋଠାରେ ରହିବେ। ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାରେ ୨୪ ଘଣ୍ଟିଆ ରେଡ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ବାତ୍ୟା ଅଞ୍ଚଳର ଯୁବ ବର୍ଗଙ୍କୁ ଏସଆରସି ନିବେଦନ କରିଛନ୍ତି। ବାତ୍ୟା ପବନ ବେଳେ ସେଲ୍‌ଫି ନେବାକୁ ବାହାରକୁ ଯାଆନ୍ତୁନି। ସାମାନ୍ୟ ଖୁସି ପାଇଁ ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ। ଯୁବକଙ୍କ ସହ ମା ମାଉସୀଙ୍କୁ ଏସଆରସି ନିବେଦନ କରିଛନ୍ତି। ପବନ ବେଳେ ଆମ୍ବ, ପଣସ, ନଡିଆ ଗୋଟାଇବାକୁ ବାରଣ କରିଛନ୍ତି। ଆମ୍ବ, ନଡିଆ ଅପେକ୍ଷା ଜୀବନ ମୂଲ୍ୟବାନ। ତେଣୁ ଲୋକେ ଲୋଭ ସମ୍ବରଣ କରନ୍ତୁ ବୋଲି ଏସଆରସି କହିଛନ୍ତି।

ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ୪ ହଜାର କର୍ମଚାରୀ ନିୟୋଜିତ କରାଯାଇଛି। ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ପୋଲିସ ଆଦି ୪ ହଜାର କର୍ମଚାରୀ ମୁତୟନ କରାଯାଇଛି। କର୍ମଚାରୀ ମୁତୟନ ସଂପର୍କରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫର ୫୨ ଟିମ୍, ଓଡ୍ରାଫର ୬୦ ଟିମ୍, ଅଗ୍ନିଶମ ୨୦୬ ଟିମ୍, ବନ ବିଭାଗର ୮୬ ଗଛ କଟାଳି ଟିମ୍ ମଧ୍ୟ ମୁତୟନ କରାଯାଇଛି। ଜରୁରୀ ସ୍ଥିତି ପାଇଁ ୮ଟି ଦଳ ରିଜର୍ଭ ରଖାଯାଇଛି। ସବୁକୁ ମିଶାଇ ପ୍ରାୟ ୪ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ଓଏସଏପି  ପୋଲିସ, ଆପଦାମିତ୍ର, ଏନଜିଓ ସ୍ଵେଚ୍ଛାସେବୀ ମଧ୍ୟ ଲାଗି ପଡିଛନ୍ତି ବୋଲି ଏସଆରସି କହିଛନ୍ତି।

   Related Posts