ଏସ୍ଆର୍‌ସିଙ୍କ ପ୍ରେସ୍‌ମିଟ୍‌: କ'ଣ ରହିଛି ପ୍ରସ୍ତୁତି ?

Published By : Prameya-News7 Bureau | May 18, 2020 IST

ଭୁୁବନେଶ୍ବର୧୮/୫: ସାମୁଦ୍ରିକ ଝଡ଼ ପାରାଦ୍ୱୀପ ଠାରୁ ୭୮୦ କିମି ଦୂରରେ ରହିଛି। ଉତ୍ତର ଦିଗକୁ ଗତି କରୁଛି। ଗତ ୬ ଘଣ୍ଟାରେ ୧୩ କିମି ବେଗରେ ଆସୁଛି। ଆଜି ସନ୍ଧ୍ୟା ମହାବାତ୍ୟା ରୂପ ନେବ। ସମୁଦ୍ର ଭିତରେ ପବନର ବେଗ ୨୩୦ କିମି ଘଣ୍ଟକ ପ୍ରତି ରହିବ। ଆସନ୍ତାକାଲି ସକାଳ ଯାଏଁ ରହିବ। ଅତି ଭୟଙ୍କର ରୂପ ନେଇ ଉପକୂଳ ଛୁଇଁବ। ପଶ୍ଚିମବଙ୍ଗ ଦୀଘାରୁ ବାଙ୍ଗଳାଦେଶ ହଟିଆ ଭିତରେ ସ୍ଥଳଭାଗ ଛୁଇଁବ। ଆଜିଠୁ ଓଡ଼ିଶାରେ ମାଧ୍ୟମ ଧରଣର ବର୍ଷ ହେବ। କୋରାପୁଟ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀରେ ବର୍ଷା ହେବ। ଆସନ୍ତାକାଲି ବିଭିନ୍ନ ସ୍ଥାନରେ ବର୍ଷା ହେବ। କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ବାଲେଶ୍ଵର, କଟକ, ପୁରୀରେ ବର୍ଷ  ହେବ। ପବନର ବେଗ ଆଜିଠୁ ୪୦ରୁ ୫୦ କିମି ରହିପାରେ।  ୧୯ ତାରିଖ ସକାଳ ପରଠୁ ୭୫ରୁ ୮୫ କିମି ପର୍ଯ୍ୟନ୍ତ ହେବ। ଉପକୂଳ ୨୦ ସକାଳୁ ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ମୟୁରଭଞ୍ଜରେ ପବନର ବେଗ ବଢିବ। ଉପକୂଳ ଅଞ୍ଚଳ ପାରାଦ୍ୱୀପ, ଧାମରା, ଭିତରକନିକ, ଭୋଗରାଇ ଅଂଚଳରେ ୧୧୦ କିମି ବେଗରେ ପବନ ହେବ।

ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଚ୍ଚା ଘର, ଟାଇଲ ଚାପର ଘରକୁ ନିରାପଦ ସ୍ଥାନକୁ ନିଆଯିବ। ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଆଜି ଅପରାହ୍ନ ପରଠୁ ସ୍ଥାନାନ୍ତର ନ କରାଯିବ। ଆସନ୍ତାକାଲି ଅଧିକ ଫୋକସ ଦିଆଯିବ। କ୍ବାରେଣ୍ଟାଇନ ସେଣ୍ଟର ଯେଉଁଠାରେ ନେଗେଟିଭ ରିପୋର୍ଟ ଆସିଛି ପକ୍କା ଘର ଥିଲେ ଯାଇପାରିବେ ଘରକୁ। ଜଗତସିଂହପୁର ଜିଲ୍ଲାରେ ପଠା ଯାଇଛି।

ମଶ୍ଚଜୀବୀଙ୍କ ପାଇଁ ବାରଣ ରହିଛି। ସମୁଦ୍ର ଅଶାନ୍ତ ରହିଛି। ମୋଟର ବୋଟ ବାନ୍ଧି ରଖିବାକୁ କୁହାଯାଇଛି। ସମସ୍ତ ଡଙ୍ଗା ମାଲିକଙ୍କୁ ଅପିଲ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଡ଼ଙ୍ଗାମଝିରେ ରବର ଦେଇ ରଖିବାକୁ କୁହାଯାଇଛି। ଆଜି ଆଉ ୨ଟି ଓଡ୍ରାଫ ଟିମ୍ ପଠାଯାଇଛି। ବାଲେଶ୍ଵର ଓ ଭଦ୍ରକକୁ ଦୁଇଟି ଟିମ୍ ପଠାଯାଇଛି। ପକଲିସ ଡିଜିପି ବାଲେଶ୍ଵର ଯାଇ ସ୍ଥିତି ଅନୁ ଧ୍ୟାନ କରିଛନ୍ତି। ଫାୟାର ସର୍ଭିସର ଅତିରିକ୍ତ ଟିମ୍ ରଖାଯାଇଛି। ପ୍ରତି ଟିମ୍‌ରେ ୮ ଜଣ ରହିଛନ୍ତି। ଯଥେଷ୍ଟ ସଂଖ୍ୟକ ଟିମ ନିୟୋଜିତ କରାଯିବ। ଓଏଫ୍‌ଡିସି ର ୧୫ ଟିମ୍ ନିୟୋଜିତ ହେବେ। PWD, RD, ଜଳସମ୍ପଦ ବିଭାଗ ଇଞ୍ଜିନିୟର ପ୍ରତି ଜିଲ୍ଲାରେ ପ୍ରସ୍ତୁତ ରହିବେ। ସମସ୍ତ ଙ୍କୁ ନିରାପଦ ସ୍ଥାନରେ ରହିବାକୁ ଅପିଲ କରିଛନ୍ତି ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.