Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

କରୋନାକୁ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ଙ୍କ ସୂଚନା, ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ

7/04/2021 at 10:41 PM

ଭୁବନେଶ୍ୱର, ୦୭/୦୪: ରାଜ୍ୟରେ ଲକଡାଉନ,ସଟଡାଉନ  କିମ୍ବା ଡେ କର୍ଫ୍ୟୁ ବା 144 ଧାରା ଲଗାଯିବା ଭଳି ସ୍ଥିତି ସୃଷ୍ଟି ହୋଇନାହିଁ । ପଡୋଶୀ ଛତିଶଗଡରେ ଦୈନିକ ସଂକ୍ରମଣ ବୃଦ୍ଧି ଓ ରାୟପୁରକୁ ଆଜିଠାରୁ ୧୦ ଦିନିଆ ଲକଡାଉନ କରାଯିବା ପରିପ୍ରେକ୍ଷୀରେ ଏଭଳି ମତ ରଖିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର ।

ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରଭାବରେ ସାରା ଦେଶରେ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଓଡିଶାରେ ମଧ୍ୟ ଏହା ବଢୁଛି । କିନ୍ତୁ ଏହି ସଂକ୍ରମଣ ସାରା ରାଜ୍ୟରେ ସମାନ ଧାରାରେ ବଢୁ ନଥିବା କହିଛନ୍ତି ଏସାଅରିସି ପ୍ରଦୀପ ଜେନା । ଏଥିପାଇଁ ରାଜ୍ୟର କରୋନା ସଂକ୍ରମିତ ଜିଲ୍ଲା ଭାବେ ଦୁଇଟି କ୍ଲଷ୍ଟର କରି ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ଆଜି ଦୁଇଦିନିଆ ଝାରସୁଗୁଡା ଓ ସୁନ୍ଦରଗଡ ଗସ୍ତ ଅବସରରେ ଝାରସୁଗୁଡାର ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟକ୍ରମ ସହ କୋଭିଡ୍ ମୁକାବିଲା ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ରାଜ୍ୟର ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଡାକ୍ତରଖାନା ଓ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ସାଧାରଣ ଜନତା ସାମାଜିକ ଦୁରତା, ମାସ୍କ ପରିଧାନ ଓ ହାତଧୁଆ ଉପରେ ଗୁରୁତ୍ୱ ଦେଇ ଅଭ୍ୟସ୍ତ ହେଲେ ଓଡିଶାର ସ୍ଥିତିକୁ ଅନାୟାସରେ ସମ୍ଭାଳି ହେବ ବୋଲି ପ୍ରଦୀପ ଜେନା କହିଛନ୍ତି ।

   Related Posts