Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାତ୍ୟା ‘ଫନି’ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ : ଏସ୍‌ଆର୍‌ସି

30/04/2019 at 11:04 AM

ଭୁବନେଶ୍ବର ୩୦|୪: ସାମୁଦ୍ରିକ ବାତ୍ୟା ‘ଫନି’ ନେଇ ସୂଚନା ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ଉପକୂଳ ସହ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ‘ଫନି’ ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ୨୦ ଓଡ୍ରାଫ୍, ୧୨ ଏନଡିଆରଏଫ୍ ଟିମ୍ ସହ ୩ଶହରୁ ଅଧିକ ଅଗ୍ନିଶମ କର୍ମଚାରୀ ପ୍ରସ୍ତୁତ ଅଛନ୍ତି ।

ଧୀରେ ଧୀରେ ଶକ୍ତିଶାଳୀ ହେଉଛି ବାତ୍ୟା ‘ଫନି’ । ତେବେ ଏହା ପୁରୀ ଉପକୂଳ ଛୁଇଁନପାରେ ବୋଲି ପାଣିପାଗ ବିଭାଗ ଆକଳନ କରୁଛି । ଏବେ ଏହା ବଙ୍ଗୋପସାଗର ଭିତରେ ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଛି । ଚେନ୍ନାଇଠାରୁ ୬୭୦ କିଲୋମିଟର ଏବଂ ମଛଲିପଟନମ୍ ରୁ ୭୬୦କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ‘ଫନି’ ଏବେ ଘଣ୍ଟାପ୍ରତି ୧୬କିଲୋମିଟର ବେଗରେ ଗତି କରୁଛି ।

ଆସନ୍ତା ୩୬ଘଣ୍ଟା ଭିତରେ ‘ଫନି’ ଭୀଷଣ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବା ସହ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ । ତେବେ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଜଏଣ୍ଟ ଓ୍ବାର୍ଣ୍ଣିଂ ତାଇଫୁନ ସେଣ୍ଟର ଏବଂ ଷ୍ଟର୍ଟ ଟ୍ରାକର ଅନୁଯାୟୀ ବାତ୍ୟା ‘ଫନି’ ପୁରୀ ଉପକୂଳ ଛୁଇଁନପାରେ, ଏହା ଆହୁରି ଉତ୍ତରକୁ ବାଲେଶ୍ବର ବା ଦୀଘା ଉପକୂଳ ଛୁଇଁପାରେ ।

ତେବେ ଆଜି ସନ୍ଧ୍ୟା ପରେ ଏହାର ଚିତ୍ର ସ୍ପଷ୍ଟ ହେବ ଯେ, ଏହା ଓଡିଶା ମଧ୍ୟକୁ ପ୍ରବେଶ କରିବ କି ଉପକୂଳ ଆଡକୁ ଗତି କରିବ । ତେବେ ‘ଫନି’ ପ୍ରଭାବରେ ୨ ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ହେବ । ପବନର ଘଣ୍ଟା ପ୍ରତି ବେଗ ୧୮୦ରୁ ୨୦୦କିଲୋମିଟର ରହିବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନର ଆକଳନ ଅନୁଯାୟୀ ବାତ୍ୟା ‘ଫନି’ ୪ ତାରିଖରେ ଲ୍ୟାଣ୍ଡ୍ ଫଲ୍ କରିବ । ସେତେବେଳେ ତାହା ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମ ଥିବ । ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

   Related Posts