ରାଜ୍ୟରେ ବନ୍ୟା ଭୟ ନାହିଁ : ଏସଆରସି

Published By : Prameya-News7 Bureau | October 25, 2019 IST

ଭୁବନେଶ୍ବର ୨୫।୧୦: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହେଇଛି । ଭଦ୍ରକରେ ୧୫୨ ମିଲିମିଟର, ପୁରୀରେ ୧୩୫ ମିଲିମିଟର, କଟକରେ ୧୩୦ ମିଲିମିଟର, ବାଲେଶ୍ବରରେ ୧୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଦୁଇ ଦିନ ଭିତରେ ଭୁବନେଶ୍ବରରେ ୨୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

କୌଣସି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ । କେବଳ ଜଳକା ନଦୀରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ରାଜ୍ୟରେ ବର୍ଷା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ଏଥିସହ ବାତ୍ୟାର କୌଣସି ସୂଚନା ନାହିଁ । ବାତ୍ୟା ନେଇ ଯେଉଁ ଭିଡିଓ ଭାଇରାଲ୍ ହେଉଛି ତାହା ଦୁଇ ବର୍ଷ ତଳର ବୋଲି ଏସଆରସି କହିଛନ୍ତି । ସେହିପରି ଆଜି ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ ଆସନ୍ତାକାଲିଠୁ ସ୍କୁଲ ମଧ୍ୟ ଖୋଲା ରହିବ ଏସଆରସି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.