Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝାରସୁଗୁଡ଼ାରେ ସର୍ବାଧିକ ବର୍ଷା ରେକର୍ଡ, ବ୍ରାହ୍ମଣୀ-ବୈତରଣୀ-ସୁବର୍ଣ୍ଣରେଖା-ତେଲ ନଦୀରେ ବନ୍ୟା ଆଶଙ୍କା- SRC

27/08/2020 at 2:18 PM

ଭୁବନେଶ୍ୱର ୨୭।୦୮: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ତେବେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସ୍ ଆରସି ସୂଚନା ଦେଇଛନ୍ତି ଯେ, ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରେ ବର୍ଷା ହୋଇଛି । ହାରାହାରି ୫୫ .୮ମିଲିମିଟର ଓ ୬ ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଛି । ଝାରସୁଗୁଡ଼ାରେ ସର୍ବାଧିକ ୧୭୭ ମିଲିମିଟର ବର୍ଷା ହୋଇଥିବା ବେଳେ ଦେଓଗଡ଼ ୧୨୮.୫,ସମ୍ବଲପୁର ୧୧୬.୭, ବୌଦ୍ଧ ୧୧୪, ଅନୁଗୁଳରେ ୧୦୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଉ ୯ ଜିଲ୍ଲାରେ ୫୦ ମିଲିମିଟର ବର୍ଷା ହୋଇଛି ।

କନ୍ଧମାଳ କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ନୂଆପଡା, ସୁବର୍ଣପୁର, ବାଲେଶ୍ୱର, ମୟୁରଭଞ୍ଜ, ଢେଙ୍କାନାଳ ଓ କଳାହାଣ୍ଡିର ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ତେଲକୋଇ ବ୍ଲକରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ହୋଇଛି । ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ଓ ତେଲ ନଦୀରେ ବନ୍ୟା ଆଶଙ୍କା ରହିଛି । ଫଳରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରଦୀପ ଜେନା  ସୂଚନା  ଦେଇଛନ୍ତି ।

   Related Posts