Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଟ୍ୱିନସିଟିରେ ଅମାନିଆଙ୍କ ଯୋଗୁଁ ବଢୁଛି କରୋନା : ନିୟମ ମାନୁନାହାଁନ୍ତି, ସଂକ୍ରମିତ ହେଉଛନ୍ତି- ସଂକ୍ରମଣ କରୁଛନ୍ତି

7/09/2020 at 6:35 PM

ଭୁବନେଶ୍ୱର, ୦୭।୦୯:   କରୋନା ସଂକ୍ରମଣକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବା ଏସଆରସି ପ୍ରଦୀପ ଜେନା ।  ଓଡ଼ିଶାରେ ୧ ଲକ୍ଷ ୨୪ ହଜାର କୋଭିଡ୍‌ ସଂକ୍ରମିତ । କଟକ, ଭୁବନେଶ୍ବରରୁ ଦୈନିକ ୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ସେ ସୂଚନା ଦେଇଛନ୍ତି ।

ଏସଆରସି କହିଛନ୍ତି ଯେ, ଭୂତାଣୁ ସଂକ୍ରମଣର କାରଣ ଓ ନିରାକରଣ ବ୍ୟବସ୍ଥା ଜରୁରୀ । ରାଜ୍ୟରେ ୫୦ଟି କୋଭିଡ୍‌ ହସ୍ପିଟାଲ କରାଯାଇ ସାରିଛି । ନିରାକରଣ ପାଇଁ ସମସ୍ତେ ଟିକାକୁ ଅପେକ୍ଷା କରିଛନ୍ତି । ଟିକା ବାହାରିଲେ ବି କାର୍ଯ୍ୟକାରୀ କରିବା ସମୟ ସାପେକ୍ଷ ଅଟେ । କୋଭିଡ୍ ସଂକ୍ରମଣ ରୋକିବା ବର୍ତ୍ତମାନ ଜରୁରୀ ହୋଇପଡିଛି । ସଂକ୍ରମଣ ରୋକିବା ଏବେ ଆମ ପାଇଁ ଆହ୍ବାନ ।

ଏସଆରସି ଆହୁରି କହିଛନ୍ତି ଯେ, ଟ୍ବିନ୍‌ ସିଟିରେ ୧୦ IAS ଅଫିସର କରିଥିଲେ ଅଚାନକ ଯାଞ୍ଚ କରିଥିଲେ । କୋଭିଡ ନିୟମ କିଭଳି ପାଳନ ହେଉଛି ତାହା ବୁଲି ଦେଖିଥିଲେ । ଅନେକ ସ୍ଥାନରେ ଲୋକ କଟକଣା ମାନୁନଥିବା ଦେଖିବାକୁ ମିଳିଥିଲା । ଏହାର ଭିଜୁଆଲ ଡ୍ରୋନ୍‌ କ୍ୟାମେରାରେ ମଧ୍ୟ ଉଠାଯାଇଛି । କଟକ, ଭୁବନେଶ୍ବରରେ ସାମାଜିକ ଦୂରତ୍ବ ରହୁନି । ଅଧିକାଂଶ କଟକଣା ମାନୁ ନାହାଁନ୍ତି । ‘କଟକଣା କୋହଳ ହେବା ପରେ ଅନେକ ଦାୟିତ୍ବହୀନ ହୋଇଛନ୍ତି ।

ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ସମସ୍ୟାର ସମାଧାନ ନୁହେଁ । ଜୀବନ-ଜୀବିକାରେ ସନ୍ତୁଳନ ନିହାତି ଆବଶ୍ୟକ । କୋଭିଡ୍‌ ଯୁଦ୍ଧ ସରିନାହିଁ, ଯୁଦ୍ଧ ଜାରି ରହିବ ଏବଂ  ବ୍ୟାବହାରିକ ପରିବର୍ତ୍ତନ ଦ୍ବାରା ରୋଗକୁ ନିୟନ୍ତ୍ରଣ ସମ୍ଭବ ବୋଲି ଏସଆରସି କହିଛନ୍ତି ।

   Related Posts