ବାତ୍ୟାର ଦ୍ବିତୀୟ ପର୍ଯ୍ୟାୟ ପବନ ବେଶୀ ଭୟଙ୍କର, ଦିନ ୩ଟା ଯାଏଁ ବାହାରକୁ ନବାହାରିବାକୁ ଏସଆରସିଙ୍କ ପରାମର୍ଶ

Published By : Prameya-News7 Bureau | May 26, 2021 IST

ଭୁବନେଶ୍ବର ୨୬।୫: ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଧାମରାର ଉତ୍ତର ଆଡକୁ ଗତି କରୁଛି ବାତ୍ୟା ‘ୟାସ୍’ । ରେମୁଣା-ବାହାନଗା ମଧ୍ୟରେ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରୁଛି । ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୩୦ରୁ ୧୪୦ ରହିଛି । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଏହାର ସର୍ବାଧିକ ପ୍ରଭାବ ରହିଛି ।

ବାତ୍ୟା ଲ୍ୟାଣ୍ଡଫଲ୍ ସମୟରେ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ପବନ ବହିବ ତାହା ବେଶୀ ଭୟଙ୍କର ହେବ ବୋଲି ଏସଆରସି ପ୍ରଦୀପ ଜେନା ସତର୍କ କରାଇଛନ୍ତି । ତେଣୁ ଦିନ ୩ଟା ଯାଏଁ ବାଲେଶ୍ବର ଓ ଭଦ୍ରକରବାସୀଙ୍କୁ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ।

ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ଗୋଟିଏ ପର୍ଯ୍ୟାୟ ପବନରେ ଶେଷ ହୁଏନାହିଁ । ପ୍ରଥମ ପର୍ଯ୍ୟାୟରେ ପବନ ବହିବା ପରେ ବେଗ ଅଳ୍ପ ସ୍ଥିର ହୋଇଯାଇପାରେ । ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ପବନ ବହିବ ତାହା ଅତି ଭୟଙ୍କର ହୋଇପାରେ । ତେଣୁ ଏହି ସମୟରେ ବାତ୍ୟା ସରଗଲା ଭାବି କେହି ବାହାରକୁ ବାହାରନ୍ତୁ ନାହିଁ  ବୋଲି ଏସଆରସି ସତର୍କ କରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.