ବାତ୍ୟା ଆମ୍ଫାନ୍: ୧୯ରେ ଉପକୂଳ ଓଡିଶାରେ ବର୍ଷା, ଲ୍ୟାଣ୍ଡଫଲ୍ ବାବଦରେ ଆସନ୍ତାକାଲି ମିଳିବ ସୂଚନା

Published By : Prameya-News7 Bureau | May 16, 2020 IST

ଭୁବନେଶ୍ୱର, ୧୬|୦୫:  ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ସମ୍ଭାବ୍ୟ ବାତ୍ୟା ଆମ୍ଫାନଙ୍କୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ରବିବାର ସନ୍ଧ୍ୟା ଯାଏଁ ଆମ୍ଫାନ ଉତ୍ତର ଦିଗରେ ଗତି କରିବ ବୋଲି ସେ ସୂଚନା ଦେଇଛନ୍ତି ।

ଏସଆରସି କହିଛନ୍ତି ଯେ, ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍ କରିବା ଏହା ରବିବାର ଜଣାପଡିବ । ଏବେ ଏହା ଉତ୍ତର ଦିଗକୁ ଗତି କରୁଛି । ପରେ ଏହା ପଶ୍ଚିମବଙ୍ଗ ଆଡକୁ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୧୯ ତାରିଖରେ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।ଏହାସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ସେମାନଙ୍କ ଟ୍ରଲର, ପାଓ୍ୱାର ବୋଟ, ଡଙ୍ଗାକୁ କୂଳକୁ ଫେରାଇ ଅଣାଯାଉଛି । ସେହିପରି କୃଷି ବିଭାଗ ଅଧିକାରୀଙ୍କୁ ମଧ୍ୟ ଫିଲ୍ଡ୍ ଭିଜିଟ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.