ସନ୍ଧ୍ୟା ୭ଟାରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବେ SRC, ନିଆଯାଇପା​‌ରେ ବଡ ନିଷ୍ପତ୍ତି

Published By : Prameya-News7 Bureau | April 19, 2021 IST

ଭୁବନେଶ୍ବର ୧୯/୦୪ : ରାଜ୍ୟରେ ବଢି ବଢି ଚାଲିଛି ସଂକ୍ରମଣ । ଗତ କିଛି ଦିନ ମଧ୍ୟରେ ଓଡିଶାରେ ସ୍ଥିତି ଜଟିଳ ହୋଇପଡିଛି । ଏହାରି ମଧ୍ୟରେ ସୋମବାର ସନ୍ଧ୍ୟା ୭ଟାରେ କରୋନା ନେଇ ଗୁରୁତ୍ବପୂର୍ଣ୍ଣ ସୁଚନା ଦେବେ ସ୍ବତନ୍ତ୍ର ରିଲିଫ୍‌ କମିସନର । ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର ।

ସୂଚନାଯୋଗ୍ୟ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି । ଜରୁରୀ ସେବା ବ୍ୟତିତ ସାଧାରଣ ଲୋକଙ୍କ ଜାତାୟତ ଉପରେ ରୋକ ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.