Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

ବାତ୍ୟା ‘ଫନି’ କ୍ଷୟକ୍ଷତି ଚୂଡାନ୍ତ ରିପୋର୍ଟ ଦେଲେ ଏସ୍ଆରସି, ମୋଟ କ୍ଷତିର ପରିମାଣ ୯, ୩୩୬ କୋଟି ଟଙ୍କା

6/06/2019 at 9:30 PM

ଭୁବନେଶ୍ବର ୬।୬:  ଗତ ମେ ୩ ତାରିଖରେ ପୁରୀ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିଥିବା ସାମୁଦ୍ରିକ ଝଡ ‘ଫନି’ ଜନିତ କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କୁ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର  ବିଷ୍ଣୁପଦ ସେଠୀ। ସାମୁଦ୍ରିକ ବାତ୍ୟା ଯୋଗୁ ଉପକୂଳ ଓଡିଶାର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ମୋଟ କ୍ଷୟକ୍ଷତିର ପରିମାଣ ୯ହଜାର ୩୩୬ କୋଟି ଟଙ୍କା ବୋଲି  ଏସଆରସି ରିପୋର୍ଟରେ ଉଲ୍ଳେଖ କରିଛନ୍ତି।

ବାତ୍ୟା ଯୋଗୁ ପୁରୀ ଜିଲ୍ଲା ସମେତ ରାଜ୍ୟର ମୋଟ ୧୪ଟି ଜିଲ୍ଲାର ୧ କୋଟି ୬୦ ଲୋକ ଲୋକ ପ୍ରଭାବିତ ହୋଇଛନ୍ତି।  ସେହିପରି ବାତ୍ୟାରେ ୧ଲକ୍ଷ ୮୮ ହଜାର ହେକ୍ଟର ଚାଷ ଜମିରୁ ଫସଲ ଉଜୁଡି ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ୬୪ ଜଣ ଲୋକଙ୍କ ପ୍ରାଣହାନୀ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ବାତ୍ୟାରେ ଆହତ ୧୨ ଜଣ ଗୁରୁତର ଏବେବି ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଥିବା ରିପୋର୍ଟରେ ଦର୍ଶାଇଛନ୍ତି।

ଏସଆରସି  ବାତ୍ୟାରେ ୧୪ ଟି ଜିଲ୍ଲାର ମୋଟ ୨୦ହଜାର ୩୬୭ଟି ଗାଁ ପ୍ରଭାବିତ ହୋଇଥିବା ବେଳେ  ୫ଲକ୍ଷ ୫୬ହଜାର  ୭୬୧ଟି  ବାସଗୃହ  ଭୂଷୁଡି ପଡିଥିବା, ଉଡିଯାଇଥିବା ଅଥବା ଉଜୁଡି ଯାଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି।   ସେହିପରି ସାଧାରଣ ଲୋକଙ୍କର ୬୬୪୩.୬୩ ଲକ୍ଷ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ରିପୋର୍ଟ  ଦର୍ଶାଯାଇଥିବା ବେଳେ ରାଜ୍ୟ ସକରାକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ମାତ୍ର ପ୍ରଭାବିତଙ୍କୁ ୧ହଜାର ୩୫୭.୧୪ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ରିପୋର୍ଟରେ ଉଲ୍ଳେଖ କରିଛନ୍ତି।  

   Related Posts