ଫୋନି କ୍ଷୟକ୍ଷତି ଆକଳନ ନେଇ କେନ୍ଦ୍ରୀୟ ଟିମ ସହ ଏସଆରସି ବିଷ୍ଣୁପଦ ସେଠୀଙ୍କ ଆଲୋଚନା

Published By : Prameya-News7 Bureau | May 13, 2019 IST

ଭୁବନେଶ୍ବର ୧୩\୫ : ଫୋନି କ୍ଷୟକ୍ଷତି ଆକଳନ କରିବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ । ବାତ୍ୟା ଫୋନି ସ୍ଥିତି ନେଇ ଏସଆରସିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦିୟ ଟିମ । ଆଲୋଚନା ପରେ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ସ୍ଥିନି ଅନୁଧ୍ୟାନ ପାଇଁ କେନ୍ଦ୍ରରୁ ଟିମ୍ ଆସି ଆଜି ଭୁବନେଶ୍ବର ପହଞ୍ଚିଛନ୍ତି । ଅତିରିକ୍ତ ଗୃହ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ଆସିଛି ଟିମ୍ ।

{"id":111317}

ସେମାନେ ୨ ଭାଗରେ ବିଭକ୍ତ ହୋଇ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବେ । ଟିମ୍‌ରେ ମତ୍ସ୍ୟ ଓ ପଶୁ ସମ୍ପଦ, ଗ୍ରାମାଞ୍ଚଳ ବିକାଶ, କୃଷି, ଶକ୍ତି, ଅର୍ଥ, ଜଳସମ୍ପଦ, ପରିବହନ ବିଭାଗର ସଦସ୍ୟ ଅଛନ୍ତି । ଆଜି ପୁରୀ ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନ ବୁଲି ଦେଖିବେ ଟିମ୍ । ଆସନ୍ତାକାଲି ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନ ବୁଲି ଦେଖିବେ । ୧୫ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ବୁଲିବେ ଟିମ୍ । ପରେ ସେହିଦିନ ମୁଖ୍ୟ ଶାସନ ସଚିବଙ୍କ ସହ ଉଚ୍ଚସ୍ତରୀୟ ବୈଠକ ବସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.