ଗଣତନ୍ତ୍ର ଦିବସ ପାଇଁ ଜାରି ହେଲା ଗାଇଡଲାଇନ୍, ମାନିବାକୁ ପଡିବ ଏସବୁ କଟକଣା

Published By : Prameya-News7 Bureau | January 25, 2022 IST

ଭୁବନେଶ୍ବର ୨୫।୧: ଜାନୁଆରୀ ୨୬ ପାଇଁ ଲାଗିଲା କଟକଣା । ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ନେଇ ଗାଇଡଲାଇନ୍‌ ଜାରି କରାଯାଇଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନ୍ ଅନୁଯାୟୀ, ଘରେ ପତାକା ଉତ୍ତୋଳନ କରିବା ବେଳେ ସର୍ବାଧିକ ୫ ଜଣ ରହିପାରିବେ । ଅନ୍ୟ ସ୍ଥାନରେ ପତାକା ଉତ୍ତୋଳନ ବେଳେ ସର୍ବାଧିକ ୧୦ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି ।

ତେବେ ପତାକା ଉତ୍ତୋଳନ ବେଳେ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଏହି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.