ଆଡଭେଞ୍ଚର ସାଙ୍ଗକୁ ଶ୍ରଦ୍ଧାର ଅପୂର୍ବ ସଙ୍ଗମ ଶ୍ରାବଣ ମେଳା, ସାମାନ୍ୟ ପ୍ରସ୍ତୁତିରେ ବି କରିପାରିବେ ତୃତୀୟ ସୋମବାର ଜଳ ଲାଗି

Published By : Prameya-News7 Bureau | August 03, 2019 IST

ହିନ୍ଦୁ ଧାର୍ମିକ ପର୍ବପର୍ବାଣୀ ଲୋକ ଚଳଣୀ ସହ ନିର୍ଦ୍ଧାରିତ। ଗୋଟିଏ ପଟେ ଶ୍ରାବଣ ମାସରେ ବର୍ଷାର ଆଗମନ ସହ ଦେଶରେ କୃଷି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସେପଟେ ଚାଲିଛି ଶ୍ରାବଣ ମେଳା। ଦୁଃଶାହସିକତା ପ୍ରତି ଋଚି ରଖୁଥିବା ଲୋକଙ୍କ ନିମନ୍ତେ ଶ୍ରଦ୍ଧା ଓ ଆଡଭେଞ୍ଚରର ଅପୂର୍ବ ସଙ୍ଗମ ସୃଷ୍ଟି କରିଛି ଏହି ପର୍ବ। ବର୍ଷା ଭିଜା ଶ୍ରାବଣରେ ଲୋକେ ପାଦରେ ଚାଲିଚାଲି ଯାଇ ଶିବଙ୍କୁ ଜଳାଭିଷେକ କରୁଛନ୍ତି। ଏଥିପାଇଁ ମାତ୍ର କିଛି ଘଣ୍ଟାରେ ଅତିକ୍ରମ କରୁଛନ୍ତି ମାଇଲ ମାଇଲ ପଥ। ଯଦି ଆପଣବି ଆଡଭେଞ୍ଚର ପ୍ରତି ଆଗ୍ରହୀ ତେବେ ଶ୍ରାଦ୍ଧା ସହ ଶ୍ରାବଣର ଏହି ଅପୂର୍ବ ସୁଯୋଗର ମଧ୍ୟ ମଜାନେଇପାରିବେ।

{"id":140573,"width":580,"height":348}

କାଉଡିଆ ଯାତ୍ରା ନିମନ୍ତେ ବିଶେଷ ପ୍ରସ୍ତୁତିର ଆବଶ୍ୟକତା ପଡି ନଥାଏ। ତେବେ ଏଥିପାଇଁ ବାବାଙ୍କ ପ୍ରତି ମନରେ ଅତୁଟ ଶ୍ରଦ୍ଧା ଥିବା ଦରକାର। ବିଶେଷ ପୋଷାକପତ୍ରର ଆବଶ୍ୟକତା ନଥିବା ବେଳେ ଆବଶ୍ୟକ ପଡିଲେ ଚାଲିବା ରାସ୍ତାରେ ସତ୍ତ୍ୱିକ ଭୋଜନ ବି କରାଯାଇପାରେ। ରାସ୍ତା ହୁଏତ କଣ୍ଟକିତ ଅଥବା ଦୁର୍ଗମ ହୋଇପାରେ। କେବଳ ଆସ୍ଥାହିଁ ପାର କରାଇବା ଆପଣଙ୍କୁ। ବର୍ଷା ଭିଜେଇବ, ମାଟିଗୋଡି ରାସ୍ତାରେ ପାଦ ଲହୁଲୁହାଣ ହେବ। ହେଲେ ଥରେ ଲକ୍ଷସ୍ଥଳରେ ପହଞ୍ଚିଯିବା ପରେ ମିଳିବ ଅସଲ ଆନନ୍ଦ। ଥରେ ଅନୁଭବ କରନ୍ତୁ ଭୋଲାବାବାଙ୍କ ପ୍ରତ୍ୟକ୍ଷ  ଅନୁଭୂତି।

{"id":140574,"width":580,"height":434}

୫ ଅକ୍ଟୋବର ଶ୍ରାବଣ ତୃତୀୟ ସୋମବାର ରାସ୍ତାରେ କାଉଡିଆଙ୍କ ବେଶ ଗହଳି ରହିବ। ଏଣୁ ସମସ୍ତ ଭୟଭ୍ରାନ୍ତି ଛାଡି ଶ୍ରଦ୍ଧାର ଏହି ଦୁଃଶାହାସିକ ଅଭିଯାନରେ ତୁରନ୍ତ ସାମିଲ କରନ୍ତୁ ନିଜକୁ । ଯଦି ଆଡଭେଞ୍ଚରରୁ ଆନନ୍ଦ ମିଳିଲା ତେବେ ଅନୁଭବ ସାଙ୍ଗସାଥୀଙ୍କ ସହ  ବାଣ୍ଟିବା ସହ ଆରବର୍ଷକୁ ମଣ୍ଡଳିଟିଏ ବି କରି ନିଅନ୍ତୁ। ହଁ ମନେ ରଖନ୍ତୁ ସାଙ୍ଗରେ ନିଜର ସ୍ମାର୍ଟ ଫୋନ ହେଉ କି ଆଇ-ଫାନକୁ ବି ରଖନ୍ତୁ।   ରାସ୍ତାରେ ନିଜର ଓ ଧର୍ମବନ୍ଧୁଙ୍କ ସେଲ୍ଫି ନେଇ ସୋସାଲ ମିଡିଆରେ ବି ସେୟାର କରନ୍ତୁ। ଦେଖିବେ ବାବାଙ୍କ ଆଡଭେଞ୍ଚର ଆହୁରି ବି ମଜାଦାର ହେବ ଆଉ ବର୍ଷତମାମ ରହିବେ ସାଙ୍ଗସାଥୀଙ୍କ ଚର୍ଚ୍ଚାରେ । ତେବେ ବିଳମ୍ବ କାହିଁକି ରବିବାର କାଉଡି ଯାତ୍ରା ପାଇଁ ଏବେ ହିଁ ମନକୁ ମଜଭୁତ କରିନିଅନ୍ତୁ କୁହନ୍ତୁ ‘ବୋଲ ବମ’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.