ଶହିଦଙ୍କୁ ଶ୍ରଦ୍ଧାଞ୍ଜଳୀ, ସଙ୍ଗରୋଧ କେନ୍ଦ୍ରରେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରବାସୀ

Published By : Prameya-News7 Bureau | June 19, 2020 IST

ସାନଖେମୁଣ୍ଡି ୧୯।୦୬: ସଙ୍ଗରୋଧ କେନ୍ଦ୍ରରେ ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରବାସୀ ଓଡ଼ିଆ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବମକୋଇ ଶିବାନନ୍ଦ ନୋଡାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ର ପରିସରରେ ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରବାସୀ ଓଡିଆ ।

{"id":288357,"sizeSlug":"large"}

ଗତ ୧୬ ତାରିଖ ଦିନ ଲଦାଖର ଗଲୱାନ ଘାଟିରେ ଚୀନ ସହିତ ଲଢ଼େଇ କରି ଦେଶରୁ ଶହୀଦ ହୋଇଥିବା ୨୦ ବୀର ଯବାନଙ୍କୁ ସ୍ମୃତି ଉଦ୍ଦେଶ୍ୟରେ ପ୍ରବାସୀ ଓଡ଼ିଆ ଓ ନିୟୋଜିତ କର୍ମଚାରୀ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିବା ଜଣାପଡିଛି । ଗୋଟିଏ ପଟେ କରୋନା ବିପର୍ଯ୍ୟୟ ସାରା ଦେଶବାସୀଙ୍କୁ ଭୟଭୀତ କରିବା ସହ ସେମାନଙ୍କ ଜନଜୀବିକା ଛଡାଇଥିବା ବେଳେ ଅନ୍ୟପଟେ ଚୀନ ଆକ୍ରମଣରେ ଶହୀଦ ହୋଇଥିବା ପରିବାର ବର୍ଗ ନିଜ ଆତ୍ମୀୟଙ୍କ ହରାଇ ଭାଙ୍ଗି ପଡିଥିବା ଜଣାପଡିଛି ।

{"id":288358,"sizeSlug":"large"}

ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅରୁଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ଦିବସରେ କ୍ରୀଡା ଶିକ୍ଷୟିତ୍ରୀ ସୁଶ୍ରୀ ସସ୍ମିତା ପ୍ରଧାନ ସଭାପତିତ୍ବ କରିବା ସହ ପରିଚାଳନା କରିଥିଲେ । ଏହି ଅବସରରେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ୩୫ ଜଣ ପ୍ରବାସୀ ଓଡ଼ିଆଙ୍କ ସହ ୧୦ ଜଣ ନିୟୋଜିତ କର୍ମୀଚାରୀ ସମୂହ ଭାବେ ସାମାଜିକ ଦୂରତ୍ବ ରକ୍ଷା କରି ସରକାର ନିୟମକୁ ସହଯୋଗ କରି ସହୀଦ ହୋଇଥିବା ବୀର ଯବାନଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ସମୂହ ରାଷ୍ଟ୍ର ଗୀତ ଗାନ କରିଛନ୍ତି । ଏହାସହିତ ଭାରତୀୟ ଯବାନ ଅମର ରହେ , ଭାରତ ମାତା କି ଜୟ ଧ୍ୱନିରେ ସାରା ସଙ୍ଗରୋଧ କେନ୍ଦ୍ର ଶୋକାକୁଳ ପରିବେଶରେ ପ୍ରକମ୍ପିତ ହେଉଥିଲା । ଏଥିସହ ସହିଦଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ସର୍ବୋପରି ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.