Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଲକ୍‌ଡାଉନ୍‌ ବେଳେ ଶ୍ରମିକଙ୍କ ପାଇଁ ଆଗକୁ ଆସିଲେ ସରକାର : ସ୍ୱତନ୍ତ୍ର କଣ୍ଟ୍ରୋଲ୍‌ ରୁମ୍‌ ଜରିଆରେ ସହାୟତା ଜାରି

29/03/2020 at 7:05 PM

ଭୁବନେଶ୍ୱର ୨୯।୦୩: କରୋନା ସଂକ୍ରମଣ ଲାଗି ସାରାଦେଶ ଲକଡାଉନ । ଆଉ ଲକଡାଉନରେ ସବୁଠୁ ଅସୁବିଧାରେ ପଡିଛନ୍ତି ପ୍ରବାସୀ ଶ୍ରମିକମାନେ । କାମଧନ୍ଦା ବନ୍ଦ ଏପଟେ ଲକଡାଉନ ଯୋଗୁ ଖାଇବାକୁ ପାଉନାନାହାନ୍ତି ଏପଟେ ଘରକୁ ଫେରିବା ରାସ୍ତା ବି ବନ୍ଦ ହୋଇଛି । ସେପଟେ ଏହି ଶ୍ରମିକ ମାନଙ୍କୁ ସେମାନଙ୍କ ରହିବା ସ୍ଥାନରେ ଖାଦ୍ୟ ଔଷଧ ଯୋଗାଇଦେବାକୁ ରାଜ୍ୟସରକାର ସ୍ବତନ୍ତ୍ର କଣ୍ଟ୍ରୋଲରୁମ ଖୋଲିଛନ୍ତି ।

ଯିଏ ଯୋଉଠି ଅଛି ସେହିଠି ରୁହ । ଯେଉଁମାନେ ଅମାନିଆ ହୋଇ ଆସୁଛନ୍ତି ସେମାନଙ୍କୁ ବାହାରେ ରଖ। ଯେଉଁମାନେ ଅଟକି ରହିଛନ୍ତି ସରକାର ସେମାନଙ୍କ କଥା ବୁଝନ୍ତୁ। ଏମିତି କିଛି ସ୍ପଷ୍ଟ କରିଦେଇଛନ୍ତି ହାଇକୋର୍ଟ । ସେପଟେ ରାଜ୍ୟବାହାରେ ଫସିଥିବା ଶ୍ରମିକ ମାନଙ୍କ ସହାୟତା ପାଇଁ  ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଖୋଲିଛନ୍ତି କଣ୍ଟ୍ରୋଲରୁମ । ଟୋଲଫ୍ରି ନମ୍ବର ଓ ବିଭିନ୍ନ ମାଧ୍ୟମରେ କଣ୍ଟ୍ରୋଲ ରୁମକୁ  ଆସୁଥିବା ସୂଚନା ଆଧାରରେ ସେଠାକାର ସରକାରଙ୍କ ସହ ଯୋଗା ଯୋଗ କରି ସେମାନଙ୍କ ପାଖରେ ସୁବିଧା ପହଁଚାଇବାକୁ ଚାଲିଛି ସରକାରୀ ତତ୍ପରତା । ଖାସ କରି ଅଧିକ ଓଡିଆ ଶ୍ରମିକ ଥିବା ଗୁଜରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ,ତେଲେଙ୍ଗାନା, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ. ବିହାର, ଦିଲ୍ଲୀର ଏନସିଆର, ଝାଡଖଣ୍ଡ ଆଦି ୧୦ ରାଜ୍ୟ ଲାଗି ରାଜ୍ୟ ସରକାର ୧୦ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ଦାୟିତ୍ବରେ ଥିବା ଅଧିକାରୀ ମାନେ ସେହି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ବୟ ରଖି ଓଡିଆ ଶ୍ରମିକଙ୍କ ପାଖରେ ଖାଦ୍ୟ ଓ ସୁବିଧା ପହଁଚାଇବେ । ସରକାରଙ୍କ ଏହି କାଯ୍ୟକୁ ଆହୁରି ତ୍ବରାନ୍ତିତ କରିବା କାମରେ ଲାଗିଛନ୍ତି ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ଦେବୀମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ । ଏମାନେ ସେଠାକାର ଓଡିଆ ସମାଜ ସହ ଆଲୋଚନା କରି ଶ୍ରମିକଙ୍କ ସୁବିଧା କାମରେ ବି ଲାଗିଛନ୍ତି । 

ରାଜ୍ୟକୁ କତେ ଶ୍ରମିକ ଫେରୁଛନ୍ତି ଓ କେତେ ଶ୍ରମିକ ବାହାର ରାଜ୍ୟର ଓଡିଶାରେ ଅଛନ୍ତି ସେନେଇ ମନିଂଟରିଙ୍ଗ କରିବା ସହ ସେମାନଙ୍କୁ କ୍ୟାମ୍ପରେ ରଖି ଖାଇବା ପିଇବାର ବ୍ୟବସ୍ଥା କରୁଛି । କୌଣସି ଶ୍ରମିକ ଆତଙ୍କିତ ହୋଇ ଓଡିଶାକୁ ଫେରିବା କି ଓଡିଶାରେ ଥିବା ଶ୍ରମିକ ରାଜ୍ୟକୁ ଯିବାର ଆବଶ୍ୟକତା ନାହିଁ ଓ ସରକାର ସେମାନଙ୍କ  ସୁବିଧା କରୁଛନ୍ତି ବୋଲି ସରକାର କହିଛନ୍ତି । ଓଡିଶାରେ ଫେରୁଥିବା ଶ୍ରମିକ ମାନଙ୍କୁ ସେମାନଙ୍କ ଗାଁ ଲୋକ ସଂକ୍ରମଣ ଭୟରେ ଗାଁକୁ ପସିବାକୁ ଦେଉ ନଥିବାରୁ ସେମାନଙ୍କ  ଲାଗି ବି ସରକାର ବ୍ୟବସ୍ଥା କରିନ୍ତି । ବିଭିନ୍ନ ଗାଁରେ ଏନେଇ ମଧ୍ୟ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି।   ସଂକ୍ରମଣ ରୋକିବା ଲାଗି ଲୋକ ଯିଏ ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ ବୋଲି ସରକାର ଅପିଲ କରୁଛନ୍ତି । ହେଲେ ଏଭଳି ସ୍ଥିତିରେ ଯଦି ଶ୍ରମିକ ମାନେ ରାଜ୍ୟରୁ ରାଜ୍ୟ ବୁଲିବେ ତେବେ ଏହା ସଂକ୍ରମଣ ଭୟ ବଢାଇବ । ସେଥିଲାଗି ଶ୍ରମିକଙ୍କ ସୁବିଧା ଉପରେ ଗୁରୁତ୍ବ ଦେଉଛନ୍ତି ସରକାର ।

   Related Posts