ଗୁଣ୍ଟୁରରୁ ଆସିଲା ଶ୍ରମିକ ସ୍ପେଶାଲ ଟ୍ରେନ୍‌, ଆସିଲେ ୪୮୦ ପ୍ରବାସୀ

Published By : Prameya-News7 Bureau | May 24, 2020 IST

ଭଦ୍ରକ ୨୪।୦୫ : କରୋନା ନେଇ ସାରାଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି । ଲକ୍‌ଡାଉନ୍‌ ପାଇଁ ବିଭିନ୍ନ ରାଜ୍ୟରେ ଫସିରହିଛନ୍ତି ପ୍ରବାସୀ ଶ୍ରମିକ । ତେବେ ସରକାରଙ୍କ ନିଷ୍ପତ୍ତି କ୍ରମେ ଏବେ ରାଜ୍ୟକୁ ଧୀରେ ଧୀରେ ଫେରୁଛନ୍ତି ଶ୍ରମିକମାନେ । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଆସିଛି ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ । ଗତକାଲି ରାତି ରେ ଭଦ୍ରକ ଜିଲ୍ଲାର ଚରମ୍ପା ଷ୍ଟେସନରେ ଲାଗିଛି ଟ୍ରେନ ।

{"id":275111,"width":579,"height":1191,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶରୁ ଆସିଥିବା ଟ୍ରେନରେ ରାଜ୍ୟର ୬ଟି ଜିଲ୍ଲା ଓ ଅନ୍ୟ ଦୁଇଟି ରାଜ୍ୟର ୪୮୦ ପ୍ରବାସୀ ଆସିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ବସ ଯୋଗେ ପ୍ରଶାସନ ବିଭିନ୍ନ ଜିଲ୍ଲା ଓ ବ୍ଲକକୁ ପଠାଯାଇଛି । ଏହିମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ନାଦିଆ ଜିଲ୍ଲାର ୯ ଜଣ, ଝାଡଖଣ୍ଡ ଦେଓଗଡ଼ ଜିଲ୍ଲାର ୭ ଜଣ ଆସିଛନ୍ତି । ସେହିପରି ଓଡିଶା ରାଜ୍ୟର ଭଦ୍ରକ ଜିଲ୍ଲାର ୧୬୭ଜଣ , କେନ୍ଦୁଝରରୁ ୧୭ , ବାଲେଶ୍ଵରରୁ ୯୫, ମୟୁରଭଞ୍ଜରୁ ୧୫୭ ଜଣ , ନବରଙ୍ଗପୁରର ୧୧ ଜଣ ଓ ସୁନ୍ଦରଗଡ଼ ୧୭ ଜଣ ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.