ଛାତରୁ ଫଲ୍‌ସ ଖୋଲିବା ବେଳେ ଅଘଟଣ, ପୋତି ହୋଇ ଶ୍ରମିକ ମୃତ

Published By : Prameya-News7 Bureau | July 13, 2021 IST

ବୌଦ୍ଧ, ୧୩/୦୭:  ବୌଦ୍ଧ ଜିଲ୍ଲା  ମନମୁଣ୍ଡା ଥାନା  ମଲ୍ଲିକପଡା ଗ୍ରାମରେ ଅଘଟଣ । ଛାତର ଫଲ୍‌ସ ଖୋଲୁଥିବା ବେଳେ  ଜୀବନ ହାରିଲେ ଶ୍ରମିକ l

 ମିଳିଥିବା ସୂଚନା ଅନୁଯାୟୀ,  ମଲ୍ଲିକପଡା ଗ୍ରାମରେ ମନମୁଣ୍ଡା ବନ ବିଭାଗ ରେଞ୍ଜ ପକ୍ଷରୁ ଜାଇକା ପ୍ରକଳ୍ପର ଏକ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିଲା l ଉକ୍ତ ନିର୍ମାଣାଧିନ ଗୃହର ଛାତ ପଡିଥିବା ବେଳେ ତାର ଫଲ୍‌ସ ଖୋଲିବା ପାଇଁ ବିଳାସପୁର ଗ୍ରାମ ପଞ୍ଚାୟତ ଖଇରହନା ଗ୍ରାମର ରବୀନ୍ଦ୍ର ମାଝୀଙ୍କୁ ଶ୍ରମିକ ଭାବେ ବନ ବିଭାଗ ନିୟୋଜିତ କରିଥିଲା | ରବୀନ୍ଦ୍ର ଏକୁଟିଆ କାମ କରୁଥିବା ବେଳେ ତାଙ୍କ ଉପରେ ଫଲ୍‌ସ ମାଡି ବସି ପୋତି ହୋଇ ଯାଇଥିଲେ l

ଫଳରେ ଘଟଣାସ୍ଥଳରେ ହିଁ ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇ ଥିବା ଜଣାପଡିଛି। ଘଟଣା ଜଣା ପଡିବା ପରେ ମନମୁଣ୍ଡା ବନ ବିଭାଗ ଓ ପୋଲିସକୁ ଗ୍ରାମବାସୀମାନେ ସୂଚନା ଦେଇଥିଲେ । ମନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.