ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଶ୍ରମିକଙ୍କୁ ପଥରରେ ଛେଚି ମାରିଦେଲେ

Published By : Prameya-News7 Bureau | June 13, 2021 IST

ଭୁବନେଶ୍ୱର, ୧୩|୦୬:   ସମୟ ପାଖାପାଖି ସଂଧ୍ୟା ୬ଟା । ରାଜଧାନୀର ରାଜରାସ୍ତାରେ ପୁଣି ରକ୍ତର ଛିଟା ।ଶିଶୁଭବନ ଛକରୁ ବାପୁଜୀ ନଗର ରାସ୍ତାରେ ଜଣେ ଯୁବକଙ୍କୁ ପଥରେ ଛେଚି ହତ୍ୟା କରିଛି ଦୁର୍ବୃତ୍ତ । ଜୀବନ ବଞ୍ଚାଇବାକୁ ଆକୁଳ ନିବେଦନ କରି ଶେଷରେ ସେଠାରେ ହିଁ ଟଳି ପଡିଥିଲା ତ୍ରିନାଥ ନାମକ ଯୁବକ । ମୃତ ଯୁବକଙ୍କ ଘର କେଉଁଠି ତାହା ଜଣାପଡିନି । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୋରାପୁଟ ଲକ୍ଷ୍ମୀପୁରର ନାରାୟଣ ସାହୁ ନାମକ ଯୁବକକୁ ଅଟକ ରଖିଛି ।

ଉଭୟ ମୃତ ତ୍ରିନାଥ ଓ ନାରାୟଣ ରାଜଧାନୀରେ ଶ୍ରମିକ ଭାବେ କାମ କରନ୍ତି । ଶନିବାର ଉଭୟ ତ୍ରିନାଥ ଓ ନାରାୟଣ ଏକାଠି ଥିଲେ । ତେଣୁ ବ୍ୟକ୍ତିଗତ କାରଣରୁ ଉଭୟଙ୍କ ମଧ୍ୟରେ ବଚସାରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରୁଛି ପୋଲିସ । ଏହି ହତ୍ୟାଘଟଣାକୁ ମିଶାଇ ଗତ ସପ୍ତାହକ ମଧ୍ୟରେ ରାଜଧାନୀରେ ଏଭଳି ୩ଟି ହତ୍ୟା କାଣ୍ଡ ଘଟିଲାଣି ।

ତେବେ ଶନିବାର ସପ୍ତାହନ୍ତ ସର୍ଟଡାଉନ ସହ ରାଜମହଲ ଓ ଶିଶୁ ଭବନ ଛକରେ ପୋଲିସ କଡା ପଇଁତରା ମାରୁଥିବା ବେଳେ ଏଭଳି ହୃଦୟ ବିଦାରକ ମର୍ଡରକୁ ନେଇ ଏବେ କମିଶନରେଟ ପୋଲିସ ଉପକୁ ଆଙ୍ଗୁଳି ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.