ବିଭିନ୍ନ ଦାବି ନେଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସ୍ଥାୟୀ ଓ ଠିକା ଶ୍ରମିକଙ୍କ ଧାରଣା

Published By : Prameya-News7 Bureau | June 30, 2021 IST

ରାଉରକେଲା ୩୦।୦୬:  ବିଭିନ୍ନ ଦାବି ନେଇ ରାଉରକେଲା ଷ୍ଟିଲ ପ୍ଳାଂଟର ସ୍ଥାୟୀ ଓ ଠିକା ଶ୍ରମିକଙ୍କ ଧାରଣା । ଷ୍ଟିଲ ପ୍ଲାଣ୍ଟ ବିଭିନ୍ନ ପ୍ରବେଶ ପଥରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟବନ୍ଦ କରିଛନ୍ତି ଶ୍ରମିକ ।  ଯାହା ଫଳରେ ଷ୍ଟିଲ ପ୍ଲାଣ୍ଟର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

ମିଳିତ ଭାବେ ୧୦ ଗୋଟି ଟ୍ରେଡ଼ ୟୁନିୟନ ଧାରଣାରେ ବସିଛନ୍ତି । ଗତ ୫୪ ମାସ ହେଲେ ଶ୍ରମିକ ମାନଙ୍କ ଦରମା ବଢ଼ିନାହିଁ କି ବକେୟା ପାଉଣା ଦିଆଯାଇନାହିଁ । ବାରମ୍ବାର ଦାବି ପରେ ମଧ୍ୟ ଷ୍ଟିଲ ପ୍ଳାଂଟ ପରିଚାଳନା କମିଟି ଅଫିସର ମାନଙ୍କ ଦରମା ବଢ଼ାଇବା ସହ ବକେୟା ପାଉଣା ଦେଉଛି , ହେଲେ ଶ୍ରମିକଙ୍କ ପାଇଁ ସବୁ ବନ୍ଦ ବୋଲି ଅଭିଯୋଗ କରିଛନ୍ତି ଶ୍ରମିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.