ଲକଡାଉନ୍ ବେଳେ ବାହାର ରାଜ୍ୟକୁ ଚାଲାଣ ହେଉଥିଲେ ଶ୍ରମିକ, ୧୫ ଜଣଙ୍କୁ ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | May 16, 2021 IST

କରଞ୍ଜିଆ, ୧୬।୦୫:  ଓଡ଼ିଶାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁ ଥିବାରୁ ସରକାର ସମ୍ପୂର୍ଣ୍ଣ ରାଜ୍ୟରେ ଲକଡାଉନ୍ ଲଗାଇଛନ୍ତି ।  ରାଜ୍ୟର ସମସ୍ତ ସୀମା ସିଲ କରି ଚେକିଂ କଡ଼ାକଡ଼ି କରାଯାଉଛି । ଏହାସହ ପ୍ରତ୍ୟେକ ଶନିବାର , ରବିବାର ଦୁଇ ଦିନ ସଟ ଡାଉନ ଓ ରାତ୍ରି କାଳୀନ କର୍ଫ୍ୟୁ ବଳବତ୍ତର ରହିଛି । ତେବେ ଏହାରି ମଧ୍ୟରେ ଚାଲିଛି ବାହାର ରାଜ୍ୟକୁ ଶ୍ରମିକ ଚାଲାଣ ।

କିଭଳି ଭାବେ ସୀମା ପାର ହେଇ ବାହାର ରାଜ୍ୟକୁ ଶ୍ରମିକ ଚାଲାଣ କରୁଛନ୍ତି ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶନିବାର ରାତିରେ ୧୫ ଜଣ ଶ୍ରମିକ ଏକ ପିକଅପ୍ ଭ୍ୟାନରେ ବିପଦସଂକୁଳ ଅବସ୍ଥାରେ ଝାଡଖଣ୍ଡ କୁମାରଡୁଙ୍ଗିରୁ ଆନ୍ଧ୍ରପ୍ରଦେଶର ବିଜୟବାଡାକୁ ଚାଲାଣ ହେଉଥିଲେ । ଏହି ସମୟରେ କରଞ୍ଜିଆ ପୋଲିସ ସେମାନଙ୍କୁ ଉଦ୍ଧାର କରିବା ସହ ଅଧିକ ପଚରାଉଚରା ଜାରି ରଖିଛି।

ତେବେ ଏଠାରେ  ଝାଡଖଣ୍ଡ ,ଓଡିଶା ସୀମାରେ କାର୍ଯ୍ୟରତ ରରୁଆଁ ପୋଲିସ କରୁଛି କଣ ? ସେପଟେ ଆନ୍ଧ୍ର ,ଓଡିଶା ସୀମାରେ କିପରି ଭାବେ ଏହି ଗାଡି ଗୁଡିକୁ ପ୍ରବେଶ ପାଇଁ ଅନୁମତି ମିଳୁଛି ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ  ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.