ବି.ଆର୍ ଷ୍ଟିଲ୍ ଅଫିସ ସମ୍ମୁଖରେ ଶ୍ରମିକଙ୍କ ଧାରଣା, ଗେଟ୍‌ରେ ତାଲା ପକାଇ ଅଡି ବସିଛନ୍ତି ଶ୍ରମିକ

Published By : Prameya-News7 Bureau | January 12, 2021 IST

ସମ୍ବଲପୁର ୧୨।୦୧: ବି.ଆର୍‌ ଷ୍ଟିଲ୍‌ ଅଫିସ ସମ୍ମୁଖରେ ଶ୍ରମିକଙ୍କ ଧାରଣା । ସମ୍ବଲପୁର ଜିଲ୍ଲା ବୁର୍ଲା ପୋତପାଲି ନିକଟରେ ଥିବା ବି.ଆର୍‌ ଷ୍ଟିଲ୍‌ ଶ୍ରମିକଙ୍କ ଧାରଣା । ଗେଟ୍‌ରେ ତାଲି ପକାଇ ଧାରଣାରେ ବସିଛନ୍ତି କର୍ମଚାରୀ ।

ସୂଚନା ଅନୁସାରେ, ପୂର୍ବରୁ ବି.ଆର୍‌ ଷ୍ଟିଲ୍‌ ରାଠି ଷ୍ଟିଲ ନାମରେ ପରିଚାଳିତ ହେଉଥିଲା |  ୨୦୧୨ ଡିସେମ୍ବର ଆନୁଆଲ୍ ସଟଡାଉନ ଓ  ପରବର୍ତ୍ତୀ ମୁହୁର୍ତ୍ତରେ ୨୦୧୩ ଡିସେମ୍ବରରେ ମାନ୍ଦାବସ୍ଥା ଦେଖାଇ ବନ୍ଦ ହେଲା । ଶ୍ରମ ନିୟମ ପାଳନ ନକରି ରାଠି ଷ୍ଟିଲ ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିବାକୁ କର୍ମଚାରୀମାନେ ଏହାକୁ ବିରୋଧ କରିଛନ୍ତି । ୨୦୧୯ ଜୁନରେ ପ୍ଲାଣ୍ଟରେ ମରାମତି କାମ ହେବା ସହ ୨୦୨୦ ଜୁନରେ ଉତ୍ପାଦନ ଆରମ୍ଭ ହେଲା , ହେଲେ ପୂର୍ବରୁ ଯେଉଁ କର୍ମଚାରୀ ଥିଲେ ତାଙ୍କୁ ନିୟୋଜନ ମିଳିନଥିବାରୁ ଏମାନେ ଧାରଣା ଦେଇଛନ୍ତି | ଆଗାମୀ ଦିନରେ ଯଦି ଦାବି ପୂରଣ ନହେଲା, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରମିକଙ୍କ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.