ଗୁଜରାଟରେ ମୋଦି, ଓଡିଶାରେ ଧର୍ମେନ୍ଦ୍ର : ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଶ୍ରମଯୋଗୀ ଯୋଜନାର ଶୁଭାରମ୍ଭ

Published By : Prameya-News7 Bureau | March 05, 2019 IST

ଭୁବନେଶ୍ୱର ୫/୩ : ଅହମ୍ମଦାବାଦରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରମଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରିବେ । ସେହିପରି ଓଡିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଯୋଜନାର ଶୁଭାରମ୍ଭ କରିବେ । ସ୍ବାଧୀନତା ସଂଗ୍ରାମୀ ପଡିଆରେ ଯୋଜନାର ହେବ ଶୁଭାରମ୍ଭ ହେବ । ଏହାସହ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲା ପାଇଁ ଆଇସିଏଲ୍ର ଅନୁଦାନରୁ କେନ୍ଦ୍ରୀୟ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିବେ । ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର | ଦେଶରେ ଆଜିଠୁ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ନାଁରେ ଭାରତ ସରକାରଙ୍କ ତରଫରୁ ଦୁନିଆର ସବୁଠାରୁ ବଡ ପେନସନ ସ୍କିମ ଗୁଜରାଟର ଅହମଦାବାଦ ଠାରେ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଶୁଭାରମ୍ଭ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର | ଭାରତର ୪୨ କୋଟି ଜନତାଙ୍କ ପାଇଁ ଚିନ୍ତାର ବ୍ୟବସ୍ଥା ଆଗରୁ ନଥିଲା |

ଯେଉଁମାନେ ସରକାରୀ ଚାକିରୀ କରୁଥିଲେ, ତାଙ୍କର କାର୍ଯ୍ୟ ଅବଧି ପରେ ପେନସନ ବ୍ୟବସ୍ଥା ଥିଲା | କିନ୍ତୁ ଯେଉଁମାନେ ଘରେ କାମ କରୁଥିଲେ, ଶ୍ରମିକ ଭାବେ କାମ କରୁଥିଲେ, ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ କୌଣସି ସାମାଜିକ ସୁରକ୍ଷା ବ୍ୟବସ୍ଥା ନଥିଲା | ଏପରିକି ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରୀ, ଉଠା ଦୋକାନୀ, କୃଷି ଶ୍ରମିକଙ୍କ ପାଇଁ କୌଣସି ସାମାଜିକ ସୁରକ୍ଷା ବ୍ୟବସ୍ଥା ନଥିଲା | ପ୍ରଥମଥର ପାଇଁ ଭାରତ ବର୍ଷରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି | ଏହି ଯୋଜନାରେ ସବୁଠାରୁ ଅଧିକ ଲାଭବାନ ହେବେ ଓଡ଼ିଶାବାସୀ ବୋଲି କହିଛନ୍ତି ଧର୍ମେନ୍ଦ୍ର | ୧୮ ରୁ ୪୦ ବର୍ଷ ପର୍ଯ୍ୟନ୍ତ ପେନସନ ଯୋଜନାର ଲାଭ ଉଠାଇ ପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.